Indus Valley Times

ରାଜସ୍ଥାନରେ ରାଜନୈତିକ ସଙ୍କଟ: ଗେହଲଟଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କଲେ ଶତାଧିକ କଂଗ୍ରେସ ବିଧାୟକ

 Breaking News

ରାଜସ୍ଥାନରେ ରାଜନୈତିକ ସଙ୍କଟ: ଗେହଲଟଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କଲେ ଶତାଧିକ କଂଗ୍ରେସ ବିଧାୟକ

ରାଜସ୍ଥାନରେ ରାଜନୈତିକ ସଙ୍କଟ: ଗେହଲଟଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କଲେ ଶତାଧିକ କଂଗ୍ରେସ ବିଧାୟକ
July 13
17:31 2020

ଜୟପୁର,୧୩।୭: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶକ୍ତି ପ୍ରଦର୍ଶନ କରିଛନ୍ତି ।
ବିଧାୟକ ଦଳ ବୈଠକ ପରେ ଗେହଲଟ ଗଣମାଧ୍ୟମ ସାମ୍ନାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ କଂଗ୍ରେସ ବିଧାୟକ ସାମିଲ ହୋଇ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରିଛନ୍ତି ଅଶୋକ ଗେହଲଟ।
ଏହାସହ ସଚିନ ପାଇଲଟଙ୍କ ସମସ୍ତ ଦାବି ଭୁଲ ପ୍ରମାଣିତ ହେବାରେ ଲାଗିଛି । ଏବେ ସଚିନ ପାଇଲଟ କଣ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସଚିନ ୨୫ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ।
କଂଗ୍ରେସ ମାହସଚିବ ପ୍ରିୟଙ୍କା ଗାନ୍ଧୀ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିଥିବା ସୂଚନା ମିଳିଛି । ସେ ଉଭୟ ଗେହଲଟ୍ ଓ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି । ଜୟପୁରରେ ପୁଣି ସଚିନଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ସକାଳେ କଂଗ୍ରେସ ଭବନରୁ ପୋଷ୍ଟରଗୁଡିକୁ ହଟାଇ ଦିଆଯାଇଥିଲା ।
ଅଶୋକ ଗେହଲଟ ଦିନ ପ୍ରାୟ ୧ଟା ବେଳେ ଗଣମାଧ୍ୟମ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ନିକଟରେ ୧୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଥିଲା । ଏହି ସମୟରେ ଗେହଲଟ୍ ମିଡିଆ ଆଗରେ ବିଜୟର ସଙ୍କେତ ଦେଖାଇଥିଲେ ।
ଏହାପୂର୍ବରୁ ସଚିନ ଦାବି କରିଥିଲେ ଯେ, ତାଙ୍କ ପାଖରେ ୨୫ଜଣ ବିଧାୟକ ରହିଛନ୍ତି । ସେ ବିଧାୟକ ଦଳ ବୈଠକରେ ସାମିଲ ହେବେନାହିଁ ବୋଲି ସ୍ପଷ୍ଟ କରିଥିଲେ । ଅନ୍ୟପଟେ ଗେହଲଟ ୧୦୨ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031