Indus Valley Times

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ

 Breaking News

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ
April 11
11:54 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୧/୪ : ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବତନ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ନୂତନ କୁଳପତି ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ତାଙ୍କୁ ଏନ୍ ସି ସି କେଡ଼େଟ ମାନଙ୍କ ତରଫରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।
କୁଳପତି ପ୍ରଫେସର ମଲ୍ଲିକ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସ୍ଵର୍ଗୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବିଶ୍ଵବିଦ୍ୟାଳୟର ବିଦାୟୀ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହା ପରେ ପୂର୍ବତନ କୁଳପତି ନୂତନ କୁଳପତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଏହି ଅବସରରେ ବିଶ୍ଵବିଦ୍ୟାଳୟ ତରଫରୁ ନୂତନ କୁଳପତିଙ୍କୁ ସ୍ଵାଗତ ଓ ବିଦାୟୀ କୁଳପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ନିମନ୍ତେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା।
ସମାରୋହକୁ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ ସଂଯୋଜନା କରିଥିବା ବେଳେ ନୂତନ କୁଳପତି ଏବଂ ବିଦାୟୀ କୁଳପତିଙ୍କ ସମେତ କୁଳସଚିବ ଶ୍ରୀଯୁକ୍ତ ହରପ୍ରସାଦ ଭୋଇ ମଞ୍ଚାସୀନ ଥିଲେ।ବିଦାୟୀ କୁଳପତିଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ମାନପତ୍ର ଏବଂ ସ୍ମୃତି ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଶ୍ୟାମ ଭୋଇ,ବିତ୍ତ ନିୟନ୍ତ୍ରକ ଶ୍ରୀଯୁକ୍ତ ଚନ୍ଦ୍ରମଣି ମିର୍ଦ୍ଧା,ମହାବିଦ୍ୟାଳୟ ଉନ୍ନୟନ ପରିଷଦ ର ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର ପ୍ରଧାନ,ଏଚ୍ ଆର୍ ଡି ସି ଡାଇରେକ୍ଟର ପ୍ରଫେସର ରାଜକିଶୋର ପାତ୍ର,ସେକ୍ସନ ଅଫିସର ଶ୍ରୀଯୁକ୍ତ ରତ୍ନ କୁମାର ରାଉତଙ୍କ ସହ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31