Indus Valley Times

ରାଜ୍ୟରେ ଆଉ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ କୁ ବୃଦ୍ଧି

 Breaking News

ରାଜ୍ୟରେ ଆଉ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ କୁ ବୃଦ୍ଧି
August 14
11:30 2020

ଭୁବନେଶ୍ବର,୧୪/୮: ଶୁକ୍ରବାର ଦିନ ରାଜ୍ୟରେ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି ।
ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି ପାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬ ଜଣ, ବରଗଡ ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୧୧୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୧୦୧ ଜଣ, ଦେବଗଡ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୦ ଜଣ, ଗଜପତି ଜିଲ୍ଲାରୁ ୯୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨୮୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୪ ଜଣ, ଯାଜପୁର ଜିଲ୍ଲାରୁ ୬୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୮ ଜଣ, କନ୍ଧମାଳ ଜିଲ୍ଲାରୁ ୬୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୩୨ ଜଣ, କୋରାପୁଟ ଜିଲ୍ଲାରୁ ୯୦ ଜଣ, ମାଲକାନଗିରି ଜିଲ୍ଲାରୁ ୫୨ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୭ ଜଣ, ନୟାଗଡ ଜିଲ୍ଲାରୁ ୭୫ ଜଣ, ନୂଆପଡ଼ା ଜିଲ୍ଲାରୁ ୨୦ ଜଣ, ପୁରୀ ଜିଲ୍ଲାରୁ ୮୩ ଜଣ, ରାୟଗଡ଼ା ଜିଲ୍ଲାରୁ ୭୦ ଜଣ, ସମ୍ବଲପୁର ଜିଲ୍ଲାରୁ ୫୯ ଜଣ, ସୋନପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮ ଜଣ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031