Indus Valley Times

ରାଜ୍ୟରେ ଆଉ ୨୦୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

 Breaking News

ରାଜ୍ୟରେ ଆଉ ୨୦୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୨୦୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
October 18
13:01 2020

ଭୁବନେଶ୍ବର,୧୮/୧୦: ରବିବାର ଦିନ ରାଜ୍ୟରେ ୨୦୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୮୩୬୪ କୁ ବୃଦ୍ଧି ପାଇଛି ।
ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୦, ଗଞ୍ଜାମ ଜିଲ୍ଲାରୁ ୩୩, ବଲାଙ୍ଗୀର ଜିଲ୍ଲାରୁ ୭୧, ବାଲେଶ୍ବର ଜିଲ୍ଲାରୁ ୬୪, କୋରାପୁଟ ଜିଲ୍ଲାରୁ ୪୧, ଭଦ୍ରକରୁ ୪୧, ରାୟଗଡ଼ା ଜିଲ୍ଲାରୁ ୨୪, ପୁରୀ ଜିଲ୍ଲାରୁ ୩୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୯, ଜଗତସିଂହପୁର ଜିଲ୍ଲାରୁ ୬୪, ସମ୍ବଲପୁର ଜିଲ୍ଲାରୁ ୫୨, କଳାହାଣ୍ଡି ଜିଲ୍ଲାରୁ ୬୯, ଯାଜପୁର ଜିଲ୍ଲାରୁ ୭୩, କନ୍ଧମାଳ ଜିଲ୍ଲାରୁ ୩୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୧, ମାଲକାନଗିରି ଜିଲ୍ଲାରୁ ୨୦, ଗଜପତି ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୧୧୧ , ଝାରସୁଗୁଡ଼ା ଜିଲ୍ଲାରୁ ୪୩, ଢେଙ୍କାନାଳ ଜିଲ୍ଲାରୁ ୩୮, ନବରଙ୍ଗପୁର ଜିଲ୍ଲାରୁ ୬୦, କେନ୍ଦୁଝର ଜିଲ୍ଲାରୁ ୫୮, ସୁବର୍ଣ୍ଣପୁର ଜିଲ୍ଲାରୁ ୬୮, ଅନୁଗୁଳ ଜିଲ୍ଲାରୁ ୧୨୯, ବରଗଡ଼ ଜିଲ୍ଲାରୁ ୭୧, ନୂଆପଡ଼ା ଜିଲ୍ଲାରୁ ୯୦, ଦେବଗଡ଼ରୁ ୨୦ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୨,୪୪,୨୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୯୪୯ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031