Indus Valley Times

ରାଜ୍ୟରେ ଆଉ ୬୪୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୪ ମୃତ୍ୟୁ

 Breaking News

ରାଜ୍ୟରେ ଆଉ ୬୪୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୪ ମୃତ୍ୟୁ

November 24
12:10 2020

ଭୁବନେଶ୍ବର ୨୪।୧୧: ରାଜ୍ୟରେ ଏବେ କରୋନା ଗ୍ରାଫ ତଳମୁହାଁ ରହୁଛି ଅର୍ଥାତ୍ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଛି । ମଙ୍ଗଳବାର ଦିନ ଆଉ ୬୪୨ କରୋନା ପଜିଟିଭ୍ ଚିହ୍ନଟ ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୪ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୨୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୨୬ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ଜଣ, ଗଜପତି ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୭ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୨ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୬୯ଜଣ, ପୁରୀ ଜିଲ୍ଲାରୁ ୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୬ଜଣ, ଷ୍ଟେଟ ପୁଲ୍ରୁ ୧୨ଜଣ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031