Indus Valley Times

ରାଜ୍ୟରେ ଆଜି ୧୮ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି

 Breaking News

ରାଜ୍ୟରେ ଆଜି ୧୮ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି

ରାଜ୍ୟରେ ଆଜି ୧୮ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି
February 03
14:01 2022

ଭୁବନେଶ୍ୱର,୩/୨: ଗୁରୁବାର ଦିନ ରାଜ୍ୟରେ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୬୬କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ବାଲେଶ୍ବର, ଦେବଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ ମୃତକ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୯ ଜଣ, ବାଲେଶ୍ୱରରୁ ୧୧୧ ଜଣ, ବରଗଡ଼ରୁ ୭୧ ଜଣ, ଭଦ୍ରକରୁ ୪୫ ଜଣ, ବଲାଙ୍ଗୀରରୁ ୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୮୦, କଟକରୁ ୩୨୯ ଜଣ, ଦେବଗଡ଼ରୁ ୬୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଜପତିରୁ ୫୬, ଗଞ୍ଜାମରୁ ୪୬ ଜଣ, ଜଗତସିଂହପୁରରୁ ୮୯ ଜଣ, ଯାଜପୁରରୁ ୧୩୭ ଜଣ, ଝାରସୁଗୁଡ଼ାରୁ ୧୩୭ ଜଣ, କଳାହାଣ୍ଡିରୁ ୮୫ ଜଣ, କନ୍ଧମାଳରୁ ୪୭ ଜଣ, କେନ୍ଦ୍ରାପଡ଼ାରୁ ୧୪୯ ଜଣ, କେଉଁଝରରୁ ୯୪ ଜଣ, ଖୋର୍ଦ୍ଧାରୁ ୭୧୬ ଜଣ, କୋରାପୁଟରୁ ୩୧ ଜଣ, ମାଲକାନଗିରିରୁ ୨୩ ଜଣ, ମୟୁରଭଞ୍ଜରୁ ୧୪୨ ଜଣ, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୧୮ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୫୩ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୦୧ ଜଣ, ସୋନପୁରରୁ ୩୬, ସୁନ୍ଦରଗଡ଼ରୁ ୩୪୬ ଜଣ ଓ ଷ୍ଟେଟ ପୁଲରୁ ୧୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୧୨,୫୯, ୪୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୧୫, ୩୮୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୫, ୩୦୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031