Indus Valley Times

ରାଜ୍ୟରେ ଉଦ୍ୟାନ କୃଷି ଉତ୍ପାଦନର ହିସାବ ଦେଲେ ମନ୍ତ୍ରୀ

 Breaking News

ରାଜ୍ୟରେ ଉଦ୍ୟାନ କୃଷି ଉତ୍ପାଦନର ହିସାବ ଦେଲେ ମନ୍ତ୍ରୀ

ରାଜ୍ୟରେ ଉଦ୍ୟାନ କୃଷି ଉତ୍ପାଦନର ହିସାବ ଦେଲେ ମନ୍ତ୍ରୀ
July 27
16:00 2022

ଭୁବନେଶ୍ୱର, ୨୭/୭: ରାଜ୍ୟରେ ୨୦୨୦-୨୧ ମସିହାରେ କେତେ ଉଦ୍ୟାନ କୃଷି ଉତ୍ପାଦାନ ହୋଇଛି ତା’ର ଉତ୍ତର ବିଧାନସଭାରେ ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଫଳ ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସପେଟା ଆଦି ଫଳ ଲକ୍ଷେ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିବା ବେଳେ ୫୨୬.୭୦ ମେଟ୍ରିକ୍ ଟନ୍ ଅମଳ ଉତ୍ପାଦନ ହୋଇଛି ।
ସେହିଭଳି ଛତୁ, ଭେଣ୍ଡି, ମୂଳା, ଆଳୁ, ବିନସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିବା ବେଳେ ୯୮୧୭.୨୧ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ।
ସେହିଭଳି ଚଳିତ ବର୍ଷ ଫୁଲ କୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ଏବଂ ବାଇଁଗଣ ୧୬.୮୫ ମେଟ୍ରିକ୍ ଟନ୍ ହେକ୍ଟର ପ୍ରତି ଉତ୍ପାଦନ ହେଉଛି । ରାଜ୍ୟ ସରକାର ଫଳ ଏବଂ ପନିପରିବା ଉତ୍ପାଦନ, ଜଳ ସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି ।
ସେହିଭଳି ଓଡ଼ିଶାରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି ବୋଲି ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ କହିଛନ୍ତି। ୧୩୧ଟି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି। ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ, ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି।
ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031