Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣ ମୃତ୍ୟୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣ ମୃତ୍ୟୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣ ମୃତ୍ୟୁ
July 18
09:22 2021

ଭୁବନେଶ୍ୱର, ୧୮/୭ : ରାଜ୍ୟରେ ୨ ହଜାର ତଳକୁ ଖସୁନି କରୋନା ସଂକ୍ରମିତ । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଜମା ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ୨୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୪୩ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ଥିବା ବେଳେ କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡ଼ାରୁ ୯୫ ଓ ଷ୍ଟେଟ୍ ପୁଲ୍ରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୮, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୧୭, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୪, କେନ୍ଦୁଝରରୁ ୪୨, କୋରାପୁଟରୁ ୧୦, ମାଲକାନଗିରିରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରେ ୬୯, ନୂଆପଡ଼ାରେ ୫, ପୁରୀରେ ୮୪, ରାୟଗଡ଼ାରେ ୨୯, ସମ୍ବଳପୁରରେ ୪୧, ସୋନପୁରରେ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୩ ଜଣ ଚିହ୍ନଟ ହୋଇଛନ୍ତି।
୨୨୧୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୭ ହଜାର ୯୨୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧ ହଜାର ୨୮୯ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୬ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୮ ଜଣ ଥିବା ବେଳେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବୌଦ୍ଧରୁ ୫, ବରଗଡ଼ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଗଜପତି, କେନ୍ଦ୍ରାପଡ଼ା ଓ ପୁରୀରୁ ୨ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗିର, ରାୟଗଡ଼ା, ଜଗତସିଂହପୁର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031