Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର
September 11
10:36 2021

ଭୁବନେଶ୍ୱର,୧୧/୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର। ୬୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୨୬୨ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ ଅଛନ୍ତି।
ଅନୁଗୋଳ ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୩, ବରଗଡ଼ରୁ ୪, ଭଦ୍ରକରୁ ୧୦, ବଲାଙ୍ଗିରରୁ ୩, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୨, ଗଜପତିରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୮ଓ କେନ୍ଦୁଝରରୁ ୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୭, ନୂଆପଡ଼ାରୁ ଜଣେ, ପୁରୀରୁ ୧୬, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୨୨ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍ ପୁଲ୍ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ଜଣେ ବି ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ୭,୦୨୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଛି।
ଏହି ୮ ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ ଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୮୭, ଢେଙ୍କାନାଳରେ ୨୪୨, ଜଗତସିଂହପୁରରେ ୨୯୪, ଯାଜପୁରରେ ୧୫୯, ମାଲକାନଗିରିରେ ୪୬ ଓ ମୟୂରଭଞ୍ଜରେ ୨୭୫ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031