Indus Valley Times

ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଅକ୍ଟୋବର ୩୧ ଯାଏଁ ସ୍ଥଗିତ, ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି

 Breaking News

ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଅକ୍ଟୋବର ୩୧ ଯାଏଁ ସ୍ଥଗିତ, ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି

ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଅକ୍ଟୋବର ୩୧ ଯାଏଁ ସ୍ଥଗିତ, ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି
October 09
17:31 2023

ଭୁବନେଶ୍ବର,୮/୧୦: ଅକ୍ଟୋବର ୧୦ରେ ପ୍ରସ୍ତାବିତ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ପରେ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଘରୋଇ ଯାତ୍ରୀବାହୀ ବସ୍ର ସଦ୍ୟତମ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତାକାଲି (୨୦୨୩ ଅକ୍ଟୋବର ୧୦)ରେ ବସ୍ ଧର୍ମଘଟ ହେବନାହିଁ। ଅର୍ଥାତ ଯାତ୍ରୀମାନେ ପୂର୍ବଭଳି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତାୟତ କରିପାରିବେ। କାରଣ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଛି। ଅସନ୍ତା ଅକ୍ଟୋବର ୩୧ ତାରିଖ ପର‌୍ୟ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟ ଡାକରା ଦେଇଥିଲା। ହେଲେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ (ସିଏମ୍ଓ)ଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା। ବୈଠକ ପରେ ଘରୋଇ ବସ ସଂଘ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଆଉ ଏହାର କିଛି ସମୟ ପରେ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031