Indus Valley Times

ରାଜ୍ୟରେ ଧିରେ ଧିରେ କମୁଛି ଶୀତ, ବଢୁଛି ରାତି ତାପମାତ୍ରା

 Breaking News

ରାଜ୍ୟରେ ଧିରେ ଧିରେ କମୁଛି ଶୀତ, ବଢୁଛି ରାତି ତାପମାତ୍ରା

February 20
08:37 2022

ଭୁବନେଶ୍ୱର,୨୦/୨: ରାଜ୍ୟରେ ଧିରେ ଧିରେ କମୁଛି ଶୀତ,ରାତି ତାପମାତ୍ରା ପୁଣି ବଢ଼ିଛି । ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫-୧୬ ଡିଗ୍ରୀ ଉପରେ ରହିଛି । କେନ୍ଦୁଝର ଓ ଝାରସୁଗୁଡ଼ାରେ ଏହା ସବୁଠୁ କମ୍ ୧୩.୪ ଡିଗ୍ରୀ ରହିଛି । ଗୋପାଳପୁରରେ ସର୍ବାଧିକ ୨୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଅଛି ।
ସେହିଭଳି ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ତିନି ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031