Indus Valley Times

ରାଜ୍ୟରେ ପ୍ରଥମ ଥର ସବୁ ବୁଥ୍‌ରେ ହେବ ୱେବକାଷ୍ଟିଂ, ଝାରସୁଗୁଡା ଉପନିର୍ବାଚନରେ ହେବ କାର୍ଯ୍ୟକାରୀ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

 Breaking News

May 06
16:53 2023

ଭୁବନେଶ୍ବର,୬/୫: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ ୱେବକାଷ୍ଟିଂ। ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୪୦% ସମ୍ବେଦନଶୀଳ ବୁଥ ଅଛି। ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି। ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ପାଇଛୁ। ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି। ସବୁର ତଦନ୍ତ ଚାଲିଛି। ମୁଁ ନିୟମିତ ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରୁଛି। ଆଜି ବି ସମୀକ୍ଷା କରିଥିଲି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930