Indus Valley Times

ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

 Breaking News

ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

May 20
10:58 2022

ଭୁବନେଶ୍ୱର, ୨୦/୫: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି ।
ୟେଲୋ ଓ୍ୱର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଓ ଜଗତସିଂହପୁର ।
ସେହିପରି ୨୪ ଘଣ୍ଟା ପରେ କେଉଁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ଏକ ଗୁରୁଚାପ ରହିଥିବାରୁ ଜଳୀୟ ବାଷ୍ପ ଭୂପୃଷ୍ଠକୁ ଆସିବା ସହ କାଳବୈଶାଖୀ କରାଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।
ଅନ୍ୟପଟେ କେରଳ ଓ କର୍ଣ୍ଣାଟକରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଯାହାକି କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ପ୍ରବେଶ କରାଇବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି । ଫଳରେ ଜୁନ ପ୍ରଥମ ସପ୍ତାହରୁ ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍ ମୋସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031