Indus Valley Times

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍

 Breaking News

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍
July 28
10:46 2022

ଭୁବନେଶ୍ବର୨୮/୭: ଗତକାଲି ୧୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।
ଏଥିମଧ୍ୟରେ ୧୭୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ସବୁ ୨୭ଟି ଜିଲ୍ଲାରୁ ୧୦୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ବର ଜିଲ୍ଲାରୁ ୨୩ ଜଣ, ବରଗଡ଼ରୁ ୨୨, ଭଦ୍ରକରୁ ୧୧ ଜଣ, ବଲାଙ୍ଗୀରରୁ ୩୫ ଜଣ, ବୌଦ୍ଧରୁ ୧୨ ଜଣ, କଟକରୁ ୫୦ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ୩, ଗଜପତିରୁ ୭ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୧୯ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୬ ଜଣ, କନ୍ଧମାଳରୁ ୨୩ ଜଣ, କେଉଁଝରରୁ ୧୩, ଖୋର୍ଦ୍ଧା ଜିଲ୍ଲାରୁ ୧୬୪ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରୁ ୧୭ ଜଣ, ମୟୂରଭଞ୍ଜରୁ ୧୧୦ ଜଣ, ନୟାଗଡ଼ ଜିଲ୍ଲାରୁ ୨୦ ଜଣ, ନୂଆପଡ଼ାରୁ ୧୧ ଜଣ, ପୁରୀରୁ ୧୦ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ବଲପୁରରୁ ୭୭ ଜଣ, ସୋନପୁରରୁ ୩୯ ଜଣ, ସୁନ୍ଦରଗଡ଼ରୁ ୨୨୭ ଜଣ ଓ ଷ୍ଟେଟପୁଲରୁ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୧୦, ୧୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୯୩, ୯୫୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୯୭୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930