Indus Valley Times

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

 Breaking News

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ
April 05
17:53 2023

ଭୁବନେଶ୍ବର,୫/୪: ଆସନ୍ତା ମେ’ ମାସ ୧ ତାରିଖ ଠାରୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ମେ’ ୧ରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ । ପରେ ମେ’ ୨୦ରୁ ୨୭ ପର୍ଯ୍ୟନ୍ତ ସ୍ପେସାଲ ଡ୍ରାଇଭ ହେବ। ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଏହି ସର୍ଭେ ହେବ ।
ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିସନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଅଫଲାଇନ ସର୍ଭେ ପାଇଁ ଏନୁମରେଟର ସେଣ୍ଟର ଗାଁ ଏବଂ ୱାର୍ଡ଼ରେ ଖୋଲିବ। ଗାଁ ଅଙ୍ଗନୱାଡ଼ି କିମ୍ଭା ସ୍କୁଳ ଘରେ ଖୋଲିବ ଏହି ସେଣ୍ଟର।
ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ। ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେଭୁଲ୍ ଏକ୍ସଟନସନ୍ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ ହେବ। ପରିବାର ମୁଖ୍ୟ କିମ୍ବା ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟ ତଥ୍ୟ ଦେଇ ପଞ୍ଜୀକରଣ କରିବେ। ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ବା ପାସପୋର୍ଟକୁ ଦେଖାଇ ପାରିବେ।
ନିଜସ୍ଵ ଘୋଷଣା ମୁତାବକ ସମସ୍ତ ତଥ୍ୟ ରଖିବେ ଏନୁମିରେଟର। ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବ। ପ୍ରତ୍ୟେକ ଜିଲ୍ଳା ଏବଂ ମ୍ୟୁନିସିପାଲିଟି ଅନୁସାରେ ସେଣ୍ଟର ଖୋଲାଯିବ। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ଖୋଲାରହିବ ସମସ୍ତ କେନ୍ଦ୍ର।
ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ସର୍ଭେ କରାଯିବ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ସେମାନଙ୍କର ତାଲିକା କମିସନଙ୍କ ୱେବସାଇଡ଼ରେ ପ୍ରକାଶ କରାଯିବା ସହ ସେଣ୍ଟରରେ ମଧ୍ୟ ଲଗାଜିବ। ଉଭୟ ସର୍ଭେ ମେ’ ୧ରୁ ଆରମ୍ଭ ହେବ।
ଅଫ୍ଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନର ମାନଙ୍କର ତାଲିମ ସରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର‌୍ୟ୍ୟାୟ ତାଲିମ ଏବଂ ୧୮ରୁ ୨୪ ମଧ୍ୟରେ ଦ୍ଵିତୀୟ ପର‌୍ୟ୍ୟାୟ ତାଲିମ ପରେ ମିଳିବ ଏନୁମରେଟର କିଟ୍। ୨୦୨୧ ମସିହାରେ ଓବିସି କମିସନ ମାଧ୍ୟମରେ ପଛୁଆ ବର୍ଗ ସାର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031