Indus Valley Times

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
May 20
22:12 2023

ଭୁବନେଶ୍ବର,୨୦/୫: ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡ ଗଠନ ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବି ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ରହିବେ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍.ପି ପାହ୍ୟାରେ ରହିବେ ।
ପୁଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍ ଇନିସ୍ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ବ ଏହି ବୋର୍ଡ ସଂପାଦନ କରିବ। ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ବାରା ପୁଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031