Indus Valley Times

ରାଜ୍ୟରେ ୧୨୨୦ ଟି ଔଷଧ ଦୋକାନରେ ଉପଲବ୍ଧ ହେବ ଫାଭିପିରାଭିର, ଘରେ ସଂଗରୋଧରେ ଥିବା ବ୍ୟକ୍ତି ଖାଇପାରିବେ

 Breaking News

ରାଜ୍ୟରେ ୧୨୨୦ ଟି ଔଷଧ ଦୋକାନରେ ଉପଲବ୍ଧ ହେବ ଫାଭିପିରାଭିର, ଘରେ ସଂଗରୋଧରେ ଥିବା ବ୍ୟକ୍ତି ଖାଇପାରିବେ

ରାଜ୍ୟରେ ୧୨୨୦ ଟି ଔଷଧ ଦୋକାନରେ ଉପଲବ୍ଧ ହେବ ଫାଭିପିରାଭିର, ଘରେ ସଂଗରୋଧରେ ଥିବା ବ୍ୟକ୍ତି ଖାଇପାରିବେ
October 09
21:59 2020

ଭୁବନେଶ୍ବର,୯/୧୦ : ର।।ଜ୍ୟରେ କରୋନା ଔଷଧଫାଭିପିରାଭିର ଏବେ ୧୨୨୦ଟି ଔଷଧ ଦୋକାନରେ ଉପଲବ୍ୱ ହେବ ।
ଘରେ ସଂଗରୋଧରେ ଥିବା ରୋଗୀମାନଙ୍କୁ ଏହା ଯୋଗାଇଦିଆଯିବ । ଏହି ଔଷଧ ସରକାରଙ୍କ ଦ୍ବାରା ଯୋଗାଇଦିଆଯିବ । ଏହା ସହିତ ସ୍ବୀକୃତିପ୍ରାପ୍ତ ଔଷଧ ଦୋକାନରୁ ମଧ୍ୟ ଏହି ଔଷଧକୁ ରୋଗୀମାନେ କିଣିପାରିବେ । ଏଥିଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।
ରାଜ୍ୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ସାରା ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ଏହା ଉପଲବ୍ଧ ହେବ । ରାଜ୍ୟର ୫ଟି ନଗର ନିଗମ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ୪୦ଟି ଲେଖାଏଁ ଔଷଧ ଦୋକାନରେ ଏହା ଉପଲବ୍ଧ ହେବ । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ଫାଭିପିରାଭିର ମିଳିବାକୁ ଥିବା ସର୍ବାଧିକ ଔଷଧ ଦୋକାନ ସଂଖ୍ୟା ନିର୍ଦ୍ଧାରିତ କରାଯାଇଛି ।
କେଉଁମାନେ ଫାଭିପିରାଭିର ଖାଇପାରିବେ ?
ଏହି ଔଷଧର ବ୍ୟବହାର ସମ୍ପର୍କରେ କିଛିଦିନ ତଳେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଇଣ୍ଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା ସୂଚନା ଦେଇଥିଲେ । ଯେଉଁମାନଙ୍କ କୋଭିଡ ପଜିଟିଭ ବାହାରିଛି ଓ ସେମାନେ ଘରେ ସଂଗରୋଧରେ ଅଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧ ଖାଇପାରିବେ । ମାତ୍ର ଯେଉଁ ରୋଗୀ ଲକ୍ଷଣଯୁକ୍ତ ହୋଇଥିବେ ଓ ତାଙ୍କର କିଡନୀ ରୋଗ, ଗାଉଟ (ଉଚ୍ଚ ୟୁରିକ ଏସିଡ), ଲିଭର ରୋଗ ଆଦି ନଥିବ, ସ୍ତ୍ରୀଲୋକ ହୋଇଥିଲେ ସେ ଗର୍ଭଧାରଣ କରିନଥିବେ, ତେବେ ତାଙ୍କୁ ଏହା ଦିଆଯାଇପାରିବ । ଆହୁରି ମଧ୍ୟ ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ । ସରକାର ୫ ଦିନର ଔଷଧ ପ୍ରଦାନ କରିବେ । ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସଂଧ୍ୟାବେଳେ ଖାଇବେ । ୨ୟରୁ ୫ମ ଦିନ ପର‌୍ୟ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସଂଧ୍ୟାବେଳେ ଖାଇବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031