Indus Valley Times

ରାଜ୍ୟରେ ୧୪୭୦ ଜଣ ନୂଆ କରୋନା ସଂକ୍ରମିତ ଚିଂହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬କୁ ବୃଦ୍ଧି

 Breaking News

ରାଜ୍ୟରେ ୧୪୭୦ ଜଣ ନୂଆ କରୋନା ସଂକ୍ରମିତ ଚିଂହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬କୁ ବୃଦ୍ଧି

October 31
13:03 2020

ଭୁବନେଶ୍ୱର,୩୧/୧୦: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ଦିନ ୧୪୭୦ଜଣ ନୂଆ କରୋନା ସଂକ୍ରମିତ ଚିଂହ୍ନଟ ହୋଇଛନ୍ତି ।
ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୁଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୩ଜଣ କ୍ୱାରେନଣ୍ଟାଇନ୍ ରୁ ରହିଥିବା ବେଳେ ୬୧୭ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୬ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬ଜଣ, ବରଗଡ଼ ଜିଲ୍ଲାରୁ ୬୧ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୩ଜଣ, ବୌଦ୍ଧ ଜିଲ୍ଲାରୁ ୧୭ଜଣ, କଟକ ଜିଲ୍ଲାରୁ ୧୨୬ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୨ଜଣ, ଜଗତସିଂହପୁର ଜିଲ୍ଲାରୁ ୭୬ଜଣ, ଯାଜପୁର ଜିଲ୍ଲାରୁ ୪୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯ଜଣ, କଳାହାଣ୍ଡି ଜିଲ୍ଲାରୁ ୩୧ଜଣ, କନ୍ଧମାଳ ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୦ଜଣ, କୋରାପୁଟ ଜିଲ୍ଲାରୁ ୨୪ଜଣ, ମାଲକାନଗିରି ଜିଲ୍ଲାରୁ ୨୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୧, ନୟାଗଡ଼ ଜିଲ୍ଲାରୁ ୩୧ଜଣ, ପୁରୀ ଜିଲ୍ଲାରୁ ୬୪ଜଣ, ରାୟଗଡା ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୪ଜଣ, ସୋନପୁର ଜିଲ୍ଲାରୁ ୨୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୨ଜଣ, ଷ୍ଟେଟ ପୁଲ୍ରୁ ୩୦ଜଣ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031