Indus Valley Times

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୬ରୁ ଜୁନ୍ ୨ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ

 Breaking News

May 13
15:53 2022

ଭୁବନେଶ୍ୱର, ୧୩/୫: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ ।
ଜୁନ୍ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ । ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ଏହି ବିଜ୍ଞପ୍ତିରୁ ଜଣାପଡ଼ିଛି ।
ଜୁନ୍ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଜୁନ୍ ୧୩ ତାରିଖ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ ।
କଟକର ମେୟର ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍ ମାସ ପର୍ଯ୍ୟନ୍ତ ସଦସ୍ୟ ରହିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031