Indus Valley Times

ରାଜ୍ୟସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ର ଅଂଶଗ୍ରହଣ

 Breaking News

ରାଜ୍ୟସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ର ଅଂଶଗ୍ରହଣ

ରାଜ୍ୟସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ର ଅଂଶଗ୍ରହଣ
September 23
11:35 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୯: ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଦ୍ୟାଳୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ର ଜନତା ଉଚ୍ଚ ବିଦ୍ୟାଳୟ ରେ ଆଜି ତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୧୪ ବର୍ଷ ରୁ କମ ବାଳିକା ବିଭାଗରେ ସନ୍ତିପ୍ତି ସାହୁ , ପ୍ରାଚୀପ୍ରଭା ମେହେର , ପ୍ରିୟଙ୍କା ପ୍ରିୟଦର୍ଶନୀ , ବାଳକ ବିଭାଗରେ ଦୁର୍ଗାଦତ୍ତ ମେହେର , ଅମ୍ଳାନ କଅଁର , ବିଘ୍ନେସ୍ ଶତପଥୀ , ଓ ୧୭ ବର୍ଷ ରୁ କମ ବାଳିକା ବିଭାଗରେ ଟେନିଶା ମେହେର , ପ୍ରୀତିଶା ପ୍ରିୟଦର୍ଶନୀ ମେହେର , ଇନୟନା ରଣା , ବାଳକ ବିଭାଗରେ ସୁରଜ ମେହେର , ସିଧେଶ୍ୱର ମିଶ୍ର , ପ୍ରବୀଣ ଗୁପ୍ତା ଓ ସୁଭମ ଭୂୟାଁ ଏବଂ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଟିମ ମେନେଜର୍ ଭାବରେ ପ୍ରଜ୍ଞା ପାଢ଼ୀ ଅଂଶଗ୍ରହଣ କରିଛନ୍ତି ।
ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ସହ ବାଇକ ଜବତ
ବୌଦ୍ଧ,୨୩/୯: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୨ କେଜି ଗଞ୍ଜେଇ ସହ ବାଇକକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରର ହୋଇଯାଇଛି । ସୂଚନା ମତେ , ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ବିଭାଗ ପକ୍ଷରୁ କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରୀ ମେନରୋଡ ଛକ ଠାରେ ଏକ ବାଇକ ଉପରେ ଚଢାଉ କରାଯାଇଥିଲା ।
ଅବକାରୀ ବିଭାଗକୁ ଦେଖି ଅଭିଯୁକ୍ତ ବାଇକ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ବାଇକରେ ଥିବା ବସ୍ତାକୁ ଯାଂଚ କରାଯିବାରୁ ୨୨ ଗଞ୍ଜେଇ ମିଳିଥିଲା । ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ ବାଇକକୁ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏସ୍ସି ଏସ୍ଟି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ରଙ୍କ ବୌଦ୍ଧ ଜିଲ୍ଲା ଗସ୍ତ
ବୌଦ୍ଧ,୨୩/୯: ଏସ୍ସି ଏସ୍ଟି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ଜିଲା ସମାଜ ମଂଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସମତେ ଅନ୍ୟ ମାନେ ଉପସ୍ଥିତ ରହିଥିଲେ ।
ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗ୍ରହ ଏବଂ ସ୍ଥାନିତ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିନିଷ ନେଇ ଖୁସିବ୍ୟକ୍ତ କରିଛନ୍ତି । ଜିଲ୍ଲା ସମାଜ ମଂଗଳ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆଜି ଅଭିଭାବକ ଆମ ଅଂଶୀଦାର କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି ।
ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାର ସିନ୍ଧୁଗୋରା ଓ ବରଗୋଚ୍ଛା ଆଶ୍ରମ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟଅତିଥି ଭାବେ ଏସ୍ଟି ଏସ୍ସି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସମାଜ ମଂଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଭାଗୀୟ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ ଅଭିବାବକମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031