Indus Valley Times

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍

 Breaking News

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍
April 24
19:25 2023

ଭୁବନେଶ୍ବର,୨୪/୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ସୋମବାର କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ କଟକ ରିଂ ରୋଡକୁ ( ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ) ୬ ଲେନ ବିଶିଷ୍ଟ କରାଯିବା ନିଷ୍ପତ୍ତି ରହିଛି ।
ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।
ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜରୀ ମିଳିଛି । ଏଥିସହ ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଦିଆଯିବା ନେଇ ପ୍ରସ୍ତାବ ମଧ୍ୟ ଅନୁମୋଦନ ହୋଇଛି।
ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍ ମଞ୍ଜରୀ ଦେଇଛି । ସେହିପରି ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି।
ସେହିପରି ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031