Indus Valley Times

ରାଜ୍ୟ ଟିମ ଦ୍ୱାରା ହନୁମାନଙ୍କ ଆକାରର ପଥର ଠାବ ହେଲା: ଜନ ସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ଼

 Breaking News

ରାଜ୍ୟ ଟିମ ଦ୍ୱାରା ହନୁମାନଙ୍କ ଆକାରର ପଥର ଠାବ ହେଲା: ଜନ ସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ଼

ରାଜ୍ୟ ଟିମ ଦ୍ୱାରା ହନୁମାନଙ୍କ ଆକାରର ପଥର ଠାବ ହେଲା: ଜନ ସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ଼
May 05
21:14 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୫:କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି ଜଳପ୍ରପାତକୁ ନିଶ୍ଚିତ ବୁଲିବାକୁ ପସନ୍ଦ କରନ୍ତି।
ଗୁରୁବାର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ଏକ ଟିମ୍ ମିଡ଼ିୟୁବାନ୍ଦା ଜଳପ୍ରପାତର ବିକାଶ ପାଇଁ ସେଠାରେ ପହଞ୍ଚିଥିଲେ। ସେହି ଅଞ୍ଚଳ ବୁଲିବା ସମୟରେ ଏକ ବିଶାଳକାୟ ପଥର ଦେଖିବାକୁ ମିଳିଥିଲା। ଯାହାକି ଅବିକଳ ହନୁମାନଙ୍କ ଆକାରର ପଥର ରହିଛି।
ଏହା ଦେଖି ରାଜ୍ୟ ଟିମ୍ ଏହାର ଫଟୋ ଉତ୍ତୋଳନ କରିନେଇଛନ୍ତି। ଏହାକୁ ଅଧିକ ଯାଞ୍ଚ କରାଯିବ ବୋଲି ବିଡିଓ ପାତ୍ର କହିଛନ୍ତି। ଯଦି କିଛି ପୁରୁଣା ପଥର ମୂର୍ତ୍ତି ହୋଇଥାଏ। ତେବେ ପର‌୍ୟ୍ୟଟନ କ୍ଷେତ୍ରର ବିକାଶ ଦ୍ୱିଗୁଣିତ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳରେ କୁହାଯାଉଛି ।
ଦାରିଙ୍ଗବାଡ଼ିର ଏହି ମିଡ଼ିୟୁବାନ୍ଦା ଜଳପ୍ରପାତ ସମ୍ପର୍କିତ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା ଯେ, ଜଣେ ଋଷି ଉକ୍ତ ଭିଡିଓ ମାଧ୍ୟମରେ କହିଥିଲେ ଯେ, ଓଡ଼ିଶାର କନ୍ଧମାଳ ଜିଲାର ଏହି ଜଳପ୍ରପାତ ଏକ ଦେବ ଭୂମି। ତେବେ ଏହି ଭାଇରାଲ ଭିଡିଓ ସହ ଏବେ ଏହି ପଥର ଅବିକଳ ହନୁମାନଙ୍କ ଭଳି ଆକାର ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସ୍ଥା ପ୍ରକଟ ହୋଇପାରିଛି। ଏଭଳି ହନୁମାନ ଆକାରର ପଥର ଚିହ୍ନଟ କରିଥିବାରୁ ସ୍ଥାନୀୟ ଲୋକ ପ୍ରଶାସନକୁ ସାଧୁବାଦ ଦେବା ସହ ସେଠାକୁ ଅଞ୍ଚଳ ବାସିନ୍ଦା ଓ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟିବାରେ ଲାଗିଛି।
ପ୍ରବଳ ଝଡ଼ ତୋଫାନରେ ବିଦ୍ୟାଳୟ ଟିଣ ଉଡ଼ିଗଲା: ତୁରନ୍ତ ମରାମତି ପାଇଁ ଦାବୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୫:ବର୍ତ୍ତମାନ କିଛି ଦିନ ହେଲା ଦିନ ତମାମ ପ୍ରବଳ ଖରା ସାଙ୍ଗକୁ ଗରମ ହେଉଥିବା ବେଳେ ଅପରାହ୍ନ ପରେ ପରେ ସାମାନ୍ୟ ମେଘୁଆ କରି ଧିରେ ଧିରେ ପବନ ଓ ବର୍ଷା ହେଉଛି କ୍ଷ ଏହି ପବନ ଓ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷାଜିଲା କୁଟିକିଆ ପଞ୍ଚାୟତର ମାଦାଗୁଡା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଶ୍ରେଣୀ ଗୃହ ଟିଣ ଉଡିଯାଇଛି କ୍ଷ ଫଳରେ ପିଲାଏ ପାଠ ପଢିବା ବାଧାପ୍ରାପ୍ତ ହୋଇଛି କ୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ୨୦ ଜଣ ଛାତ୍ର/ଛାତ୍ରୀ ପଢନ୍ତି । ସ୍କୁଲର ଦୁଇଟି ଗୃହ ଥିବା ବେଳେ ଗୋଟିଏ ମରାମତି ଆରମ୍ଭ ହୋଇଥିବା ବେଳେ କାଳବୈଶାଖି ଫଳରେ ଟିଣ ଉଡେଇ ନେଇଛି କ୍ଷ ଶ୍ରେଣୀଗୃହ ନଥିବା ବେଳେ ପାଖକୁ ଲାଗିଥିବା ଅଙ୍ଗନଓ୍ବାଡିର ରୋଷେଇ ଘରେ ପିଲାଏ ପାଠ ପଢିବା ପାଇଁ ଅସ୍ଥାୟୀ ଭାବେ ଚଳାଇବା ନେଇ ସି,ଆର,ସି,ସି ଦିଗାମ୍ବର ଦିଗାଲ କହିବା ସହ ସ୍କୁଲର ଦାୟିତ୍ବରେ ଥିବା ଶିକ୍ଷୟତ୍ରୀ ଅଞ୍ଜନା ପ୍ରଧାନ ମଧ୍ୟ ଶ୍ରେଣୀ ଗୃହ ଅତିଶିଘ୍ର ନିର୍ମାଣ ସହ କିଭଳି ଆଗାମି ଦିନର ସ୍କୁଲ ସମୟରେ ପିଲାଏ ଆସି ପାଠ ପଢିବେ ସେଥିପାଇଁ ମରାମତି ଅତିଶିଘ୍ର କରିବା ନେଇ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031