Indus Valley Times

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ: ସିଡିଏସ୍ ପରୀକ୍ଷାରେ ଟପର୍ ଢେଙ୍କାନାଳ ଝିଅ ଅଦିତି

 Breaking News

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ: ସିଡିଏସ୍ ପରୀକ୍ଷାରେ ଟପର୍ ଢେଙ୍କାନାଳ ଝିଅ ଅଦିତି

November 09
13:17 2020

ଓଡ଼ାପଡ଼ା/ଢେଙ୍କାନାଳ,୯/୧୧ : ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଢ଼େଙ୍କାନାଳ ଝିଅ ଆଦିତି ପରିଡା । ମାତ୍ର ୨୦ବର୍ଷ ବୟସରେ ଅଦିତି ସର୍ବଭାରତୀୟ ସଂଯୁକ୍ତ ରକ୍ଷା ସେବା (କମ୍ବାଇନ୍ଡ ଡିଫେନ୍ସ ସର୍ଭିସ୍-୨) ମହିଳା ବର୍ଗରେ ଟପର୍ ହୋଇଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରି ସମଗ୍ର ଓଡ଼ିଆଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନାଧରା ଗ୍ରାମରେ ଅଦିତିଙ୍କ ଘର । ଆଦିତିଙ୍କ ଜେଜେ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଡିଆଇଜି। ବାପା ଭାରତୀୟ ସେନା ବାହିନୀର ବ୍ରିଗେଡିୟର। ଜେଜେ ବାପା ଏବଂ ବାପାଙ୍କ ପରେ ଏବେ ମାତୃଭୂମିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଆ ଝିଅ ଅଦିତି ପରିଡ଼ା
ସିଡିଏସ୍ ପରୀକ୍ଷା-୨୦୧୯ର ମହିଳା ବର୍ଗରେ ମୋଟ୍ ୬୭ଜଣ ଆଶାୟୀ କୃତିତ୍ବ ହାସଲ କରିଥିବା ବେଳେ ନାଧରା ଗାଁର ଜୟକୃଷ୍ଣ ପରିଡ଼ାଙ୍କ ନାତୁଣୀ ଅଦିତି ସମସ୍ତଙ୍କୁ ପଛରେ ପକାଇ ସେଥିରେ ଟପର ହୋଇଛନ୍ତି। ଏଭଳି କୀର୍ତ୍ତିମାନ କରିବାରେ ଅଦିତି ରାଜ୍ୟର ପ୍ରଥମ ମହିଳା ବୋଲି ଜଣାପଡ଼ିଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାପା ସେନା ବାହିନୀରେ ବ୍ରିଗେଡିୟର ଥିବା ବେଳେ ପିଲାଟି ବେଳୁ ଆର୍ମି ପରିବେଶ ଅଦିତିଙ୍କୁ ସେନାବାହିନୀ ସହିତ ଯୋଡ଼ି ହେବା ପାଇଁ ପ୍ରେରିତ କରିଥିଲା। ସ୍ନାତକ ସରିବା କ୍ଷଣି ସେନାରେ ଯୋଗ ଦେବାର ଲକ୍ଷ୍ୟ ନେଇ ପାଠପଢ଼ା ଆରମ୍ଭ କରିଥିଲେ। ବାପାଙ୍କ ଚାକିରି କାଳ ମଧ୍ୟରେ ସେ ଦେଶର ବିଭିନ୍ନ ଆର୍ମି ସ୍କୁଲରେ ପାଠପଢ଼ା ସାରି ସାମ୍ବାଦିକତାରେ ପୁନେରୁ ସ୍ନାତକ ହାସଲ କରିଥିଲେ। ପ୍ରଥମ ଉଦ୍ୟମରେ ସିଡିଏସ୍ ପରୀକ୍ଷାରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ପାଠ ବ୍ୟତୀତ ଭଲିବଲ୍, ଓଡ଼ିଶୀ ଏବଂ ଭାରତନାଟ୍ୟମ୍, ବିତର୍କରେ ମଧ୍ୟ ସେ ପ୍ରବୀଣା। ୨୦୧୬ ଆର୍ମି ସ୍କୁଲ୍ର ଜାତୀୟ ଡିବେଟ୍ ପ୍ରତିଯୋଗିତାରେ ସେ ଚାମ୍ପିଅନ ହୋଇଥିଲେ।
ପରିବାରରେ ବାପାଙ୍କ ସହିତ ମା ଏବଂ ସାନ ଭଉଣୀ ରହନ୍ତି। ମା’ ସୁଜାତା ଆର୍ମି ସ୍କୁଲ୍ରେ ଶିକ୍ଷକତା କରୁଥିଲେ। ତେବେ ଝିଅମାନଙ୍କ ପଢ଼ାପଢ଼ିରେ ସମୟ ଦେବା ଲାଗି ସେ ସ୍ବେଚ୍ଛାକୃତ ଭାବେ ଏଥିରୁ ଓହରି ଆସିଥିଲେ। ଏବେ ଯୁକ୍ତ ଦୁଇରେ ପଢୁଥିବା ସାନ ଝିଅ ମଧ୍ୟ ଭାରତୀୟ ବାୟୁସେନାରେ ଯୋଗ ଦେବାର ଲକ୍ଷ୍ୟ ରଖିଥିବା ଅଦିତିଙ୍କ ମା’ ଶ୍ରୀମତୀ ପରିଡ଼ା କହିଛନ୍ତି।
ଏ ସମ୍ପର୍କରେ ଅଦିତି କହିଛନ୍ତି, ମୋ ପିଲା ବେଳର ସ୍ବପ୍ନ ସାକାର ହେବାକୁ ଯାଉଛି। ଚେନ୍ନାଇରେ ୪୯ସପ୍ତାହର ଟ୍ରେନିଂ ପରେ ପ୍ରଥମେ ଲେପ୍ଟନାଣ୍ଟ୍ ଭାବେ ଭାରତୀୟ ସେନାରେ ଯୋଗ ଦେବି। ପିଲାଟି ବେଳୁ ମୋତେ ସେନାର ଜୀବନ ଶୈଳୀ ଭଲ ଲାଗିଛି। ସବୁବେଳେ ସେନା ପରିବେଶ ମଧ୍ୟରେ ରହଣି ଏବଂ ବାପାଙ୍କ କାମ ମୋତେ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରେରିତ କରିଛି। ଓଡ଼ିଶାର ଝିଅମାନେ ମଧ୍ୟ ସେନାରେ ମୋ ଭଳି ଯୋଗ ଦେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଅଦିତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଦିତି ଏବେ ଦିଲ୍ଲୀରେ ରହୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031