Indus Valley Times

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ : ବେଆଇନ ଗଞ୍ଜେଇ ଚାଷ ଦମନ ପାଇଁ ସମୀକ୍ଷା

 Breaking News

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ : ବେଆଇନ ଗଞ୍ଜେଇ ଚାଷ ଦମନ ପାଇଁ ସମୀକ୍ଷା

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ : ବେଆଇନ ଗଞ୍ଜେଇ ଚାଷ ଦମନ ପାଇଁ ସମୀକ୍ଷା
November 08
07:59 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୧୧: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନିକିଆ ବୌଦ୍ଧ ଗସ୍ତରେ ଆସି ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷକୁ କିପରି ସମୂଳେ ଦମନ କରାଯାଇପାରିବ ଓ ମାଓ ଦମନ ନେଇ ସମୀକ୍ଷା କରିଛନ୍ତି । ଶ୍ରୀଅଭୟ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଅପରାହ୍ନରେ ସ୍ଥାନୀୟ ପ୍ୟାରେଡ ପଡିଆଠାରେ ଅବତରଣ କରିବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
ବୈଠକରେ ମୁଖ୍ୟତଃ ବେଆଇନ ଗଞ୍ଜେଇ ଚାଲାଣକାରୀଙ୍କୁ ଜବତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ ଭାବରେ ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲ ମଧ୍ୟରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ବିଭିନ୍ନ ରାସ୍ତାରେ ସେଗୁଡିକୁ ବାହାରକୁ ଚାଲାଣ କରାଯାଉଅଛି ।
ତେଣୁ ଏନେଇ ସତର୍କ ରହିବା ସହିତ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ଶ୍ରୀଅଭୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସେହିପରି ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ନେଇ ସାମ୍ବାଦିକମାନେ ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ପକ୍ଷରୁ ଏନେଇ ସତର୍କ ଦୃଷ୍ଟି ରଖାଯାଇଥିବା ଶ୍ରୀଅଭୟ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାଶ,ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ଡିଆଇଜି ଅନିରୁଦ୍ଧ ସିଂହ,ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ,କନ୍ଧମାଳ ଏସପି ବିନିତ ଅଗ୍ରୱାଲା ଓ ବୌଦ୍ଧ ଏସପି ଜ୍ଞାନ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ସମୀକ୍ଷା ବୈଠକ ପରେ ଶ୍ରୀଅଭୟ ବୌଦ୍ଧ ଏସପି ଶ୍ରୀମହାନ୍ତିଙ୍କ ସହିତ ଆଇଆରବି ୫ମ ବାଟାଲିୟନର ବିଭିନ୍ନ ବିଭାଗ ବୁଲି ଦେଖିବାସହ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ସେଠାରୁ ବୌଦ୍ଧ ଆଦର୍ଶ ଥାନାରେ ପହଞ୍ଚି କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।
ଜିଲ୍ଲା ପୋଲିସ ବିଭାଗର ବିଭିନ୍ନ ସମସ୍ୟା ସଂପର୍କରେ ଏସପି ଶ୍ରୀମହାନ୍ତିଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନରେ ଫେରିଯାଇଥିବା ଜଣାଯାଇଛି । ତେବେ ନିଜେ ପୋଲିସ ମହାନିର୍ଦ୍ଦେଶକ ବୌଦ୍ଧ ଗସ୍ତରେ ଆସି ସ୍ୱତନ୍ତ୍ର ଭାବରେ ଜିଲ୍ଲାକୁ ବଦନାମ କରୁଥିବା ବେଆଇନ ଗଞ୍ଜେଇ ଚାଷ ସଂପର୍କରେ ସମୀକ୍ଷା କରିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ:ବୌଦ୍ଧ ଏନଏସି କୁ ମୁନସିପାଲିଟି ଘୋଷଣା ନହେଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ
ବୌଦ୍ଧ,୮/୧୧: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ସବୁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ନିଜ ନିଜ ରଣ କୌଶଳ ଆରମ୍ଭ କରିବା ସହ ନିର୍ବାଚନ ନେଇ ସଜବାଜ ଆରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲାରେ କଂଗ୍ରେସ ଦଳ ମଧ୍ୟ ନିଜର ରଣକୌଶଳ ଆରମ୍ଭ କରିଛି । ଏନେଇ ରବିବାର ଦିନ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୂଚନା ଦିଆଯାଇଛି ।
ଏହି ସମ୍ମିଳନୀରେ ଜିଲ୍ଲାରେ ସମସ୍ତ ପଞ୍ଚାୟତ ଗୁଡିକରେ ଆସନ୍ତା ୧୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୬୯ ଗୋଟି ଗ୍ରାମ ପଞ୍ଚାୟତରେ ଜନଜାଗରଣ ଅଭିଯାନ କରାଯିବ । ୧୨ ତାରିଖରେ ଦରବୃଦ୍ଧି ଓ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ୬ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ବୌଦ୍ଧ ଜିଲ୍ଲାବସୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବୀ ବୌଦ୍ଧ ଏନଏସି କୁ ମ୍ୟୁନସିପାଲିଟି ର ମାନ୍ୟତା ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋର ଦାର କରାଯିବ । ରାଜ୍ୟ ସରକାର ଆସନ୍ତା ୯ ତାରିଖ ମଧ୍ୟରେ ଏନଏସି ଓ ମ୍ୟୁନସିପାଲିଟି ଗୁଡିକର ସୀମା ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଯଦି ବୌଦ୍ଧ ଏନଏନସି କୁ ମ୍ୟୁନସିପାଲିଟିର ମାନ୍ୟତା ଦିଆନଯାଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦ ତାରିଖରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବାସହ ୧୪ ତାରିଖ ଠାରୁ ୨୦ ତାରିଖ ଭିତରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ତିନି ଦିନିଆ ଅହରାତ୍ର ଧାରଣା ଦିଆଯିବ ବୋଲି ଶ୍ରୀମିଶ୍ର ସୁଚନା ଦେଇଥିଲେ ।
ଏହା ସହ ଜିଲ୍ଲାର ବିକାଶ ପାଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସୂୁଚନା ଦିଆଯାଇଥିଲା । ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପ୍ରବକ୍ତା ଉଦୟନାଥ ଶର୍ମା, ଉପସଭାପତି ସମରେଶ ମିଶ୍ର , ସଂଗଠନ ସଂପାଦକ ସରୋଜ ପ୍ରଧାନ, ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031