ରାଜ୍ୟ ବାଣିଜ୍ୟ ଟପ୍ପର ଶିତୁ ବେହେରାଙ୍କୁ ଏଲଆଣ୍ଡଡି ପକ୍ଷରୁ ସମ୍ବର୍ଦ୍ଧନା
October 16
20:16
2020
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୬/୧୦: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କସି କିଆରୀ ଗ୍ରାମ ର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ଏକାଗ୍ରତା ,ନିଷ୍ଠା ,ଅକ୍ଲାନ୍ତ ପରିଶ୍ରମ ବଳରେ ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ରେ ସିତୁ ବେହେରା ରାଜ୍ୟରେ ଟପ୍ପର ହୋଇଥିଲେ। ଲର୍ଣିଂ ଆଣ୍ଡ ଡେଭଲପ୍ ମେଣ୍ଟ ଗ୍ଲୋବାଲ ଭୁବନେଶ୍ୱର ପକ୍ଷରୁ ବାଣିଜ୍ୟ ଟପ୍ପର ସିତୁ ବେହେରାଙ୍କୁ ନୟାଗଡ ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ରେ ସଂସ୍ଥା ର ଡାଇରେକ୍ଟର ହରେକୃଷ୍ଣ ପଟ୍ଟନାୟକ, ଚା ପ୍ଟ ର ଡାଇରେକ୍ଟର ରାଜା ସିଂ,ନୟାଗଡ +୨ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ,ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ବାଣିଜ୍ୟ ଟପ୍ପର ସିତୁ ବେହେରାଙ୍କ ନିଷ୍ଠା,ପରିଶ୍ରମ ଏବଂ ସଂଘର୍ଷ ମୟ ଜୀବନୀ ଅଧ୍ୟକ୍ଷ ଙ୍କ ସମେତ ଅଧ୍ୟାପକ ମାନେ ବର୍ଣ୍ଣନା କରିଥିଲେ।