Indus Valley Times

ରାଜ୍ୟ ବାର କାଉନସିଲ ଓକିଲ ନିର୍ବାଚନ, ବୌଦ୍ଧରୁ କୃଷ୍ଣ ମେହେର ପ୍ରାର୍ଥୀ

 Breaking News

ରାଜ୍ୟ ବାର କାଉନସିଲ ଓକିଲ ନିର୍ବାଚନ, ବୌଦ୍ଧରୁ କୃଷ୍ଣ ମେହେର ପ୍ରାର୍ଥୀ

ରାଜ୍ୟ ବାର କାଉନସିଲ ଓକିଲ ନିର୍ବାଚନ, ବୌଦ୍ଧରୁ କୃଷ୍ଣ ମେହେର ପ୍ରାର୍ଥୀ
March 18
22:36 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୩: ଓଡିଶା ବାର କାଉନସିଲ ଦ୍ୱାରା ଆସନ୍ତା ଏପ୍ରିଲ ୧୫ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ନିର୍ବାଚନରେ ବୌଦ୍ଧ ଜିଲ୍ଲାରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ମେହେର କାଉନସିଲ ସଦସ୍ୟଭାବେ ପ୍ରାର୍ଥୀ ହୋଇଛନ୍ତି । ତେବେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଜିଲ୍ଲାର ଓକିଲ ମାନଙ୍କ ମନରେ ଉତ୍ସାହ ସେତିକି ବଢିବାରେ ଲାଗିଛି ।
ଚଳିତ ନିର୍ବାଚନରେ ବୌଦ୍ଧ ଓ ପୋଡସୀ କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାରୁ କେବଳ ଶ୍ରୀ ମେହେର ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଏହି ତିନି ଜିଲ୍ଲାରୁ ଓକିଲଙ୍କ ମତ ଶ୍ରୀ ମେହେରଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ଦେଖାଯାଇଛି । ଶ୍ରୀମେହେର ମଧ୍ୟ ଜଣେ ସୁପରିଚିତ ଦକ୍ଷ ଆଇନଜୀବୀ ହୋଇଥିବାରୁ ତାଙ୍କ ପ୍ରତି ଓକିଲଙ୍କ ସମର୍ଥନ ଏ ଅଂଚଳପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ମେହେର ଆଶା ପ୍ରକଟ କରିଛନ୍ତି ।
ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ବୌଦ୍ଧ,୧୮/୩ : ବୌଦ୍ଧ ଆଦର୍ଶ ସ୍ନାତକ ମହା ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଭାଇସ ଚାନସେଲର ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନିତୀ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ରଜତ କୁମାର କୁଜୁର ଯୋଗଦେଇଥିଲେ ।
ଅର୍ଥନିତୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରମୋଦ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ପରିପ୍ରେକ୍ଷିରେ ଛାତ୍ରଛାତ୍ରୀମାନଙ୍କୁ ଦାୟିତ୍ୱବାନ ଓ ଇତ୍ତରଦାୟୀ ହେବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟଅତିଥି ପ୍ରଫେସର ମିଶ୍ର ତାଙ୍କ ଅଭିଭାଷଣରେ ଦ୍ରୋଣାଚାର୍ଯ୍ୟ ଓ ଏଳଲବ୍ୟଙ୍କ ଉଦାହରଣ ଦେଇ ଗୁରୁ ଶିଶ୍ୟ ସଂପର୍କ ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ନିଜକୁ ହୀନମନ୍ୟତାର ଶୀକାର ନକରି ଆଗକୁ ବଢିଯିବାକୁ ଆହ୍ୱାନ ଦେଇଥିଲେ ।
ଡଃ. କୁଜୁର ତାଙ୍କର ଅଭିଭାଷଣରେ ଛାତ୍ରଛାତ୍ରୀମାନେ ଭବିଷ୍ୟତ କଥା ଚିନ୍ତା ନକରି ବର୍ତମାନ କିପରି ସଦୁପଯୋଗ କରିବେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପିକା ସୁମିତ୍ରା ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
ବୌଦ୍ଧ : ଏନଏସି ପକ୍ଷରୁ ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ
ବୌଦ୍ଧ,୧୮/୩ : ବୌଦ୍ଧ ଏନଏସିର ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଏକବର୍ଷ ପୂର୍ତ୍ତି ହେବାକୁ ଯାଉଥିବାବେଳେ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିଦିନ ଏନଏସିର ଗୋଟିଏ ୱାର୍ଡକୁ ଅଧ୍ୟକ୍ଷ,ନିର୍ବାଚିତ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ସିଧାସଳଖ ଲୋକଙ୍କ ଆପତି ଅଭିଯୋଗ ଶୁଣିବା ସହିତ ଏନଏସି ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ଗୁଡିକର କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କରିବେ ।
ଏହି ପରିପ୍ରେକ୍ଷିରେ ଶୁକ୍ରବାର ଦିନ ବୌଦ୍ଧ ଏନଏସିର ୬ ନମ୍ବର ୱାର୍ଡରେ ଅଧ୍ୟକ୍ଷ ଶ୍ରୀମିଶ୍ର,ଉପାଧ୍ୟକ୍ଷ ସୁଭାଷିନୀ ସେଠୀ, କାଉନସିଲର ସନ୍ତୋଷିନୀ ନେପାଙ୍କ ସହିତ ଅନ୍ୟ ସମସ୍ତ ୱାର୍ଡର କାଉନସିଲର,ସ୍ୱଛସାଥୀ,ସ୍ୱଛ କର୍ମୀ,ୱାର୍ଡ ଅଫିସର,ସାନିଟେସନ ସୁପରଭାଇଜର ଓ କୋର୍ଡିନେଟର ସାମିଲ ହୋଇ ସଂପୁର୍ଣ୍ଣ ବସ୍ତି ପରିକ୍ରମା କରିଥିଲେ । ବସ୍ତି ମଧ୍ୟରେ ଡ୍ରେନ ସଫେଇ, ଅଳିଆ ଅବର୍ଜନା ଡ୍ରେନରେ ନପକାଇ ପୌର ସଫେଇ କର୍ମଚାରୀଙ୍କୁ ପ୍ରଦାନ କରିବା, ଆଲୋକୀକରଣ ବ୍ୟବସ୍ଥା,ରାସ୍ତାଘାଟ ସମସ୍ୟା,ପାନୀୟଜଳ ସମସ୍ୟା, ବାର୍ଦ୍ଧକ୍ୟ ଓ ବିଧବା ଭତା ବଣ୍ଟନ ନେଇ ଅନୁଧ୍ୟାନ କରାଯାଇଥିଲା ।
ଏହା ଦ୍ୱାରା ୱାର୍ଡରେ ସହରବାସୀଙ୍କ ସମସ୍ୟା ସଂପର୍କରେ ନିର୍ବାଚିତ କର୍ମକର୍ତ୍ତା ଅବଗତ ହେବା ସହିତ ତାହାର ସମାଧାନ ଦିଗରେ ମଧ୍ୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇଛି । ଏହି ଗସ୍ତ ସମୟରେ ଏନଏସି ପକ୍ଷରୁ ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ସେବା ଗୁଡିକ ସଂପର୍କରେ ଲୋକଙ୍କୁ ସଚେତନ କରାଯିବା ସହିତ ରାସ୍ତାଘାଟ,ଡ୍ରେନ ପରିଷ୍କାର ପରିଛନ୍ନ ରଖିବା,ପାନୀୟ ଜଳର ସଦୁପଯୋଗ କରିବା ଆଦି ସଂପର୍କରେ ପ୍ରଚାରପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା ।
ବୌଦ୍ଧ : ଜେଲରୁ ବାହରିଲେ ଶ୍ରମିକ ନେତା ଅବକାଶ ସାହୁ
ବୌଦ୍ଧ,୧୮/୩: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଖରଭୁଇଁ ଠାରେ କ୍ରସର ଗୁଡିକ ବନ୍ଦ କରିବା ଆନ୍ଦୋଳନର ମୁଖ୍ୟ ଅବକାଶ ସାହୁ ଦୀର୍ଘ ୪ ମାସ ପରେ ଶୁକ୍ରବାର ଦିନ ଜେଲରୁ ମୁକୁଲିଥିବା ଜଣାପଡିଛି । ମାମଲାରୁ ପ୍ରକାଶ ଯେ ଅବକାଶ ସାହୁ ଓ ଖରଭୁଇଁ ଗ୍ରାମବାସୀ ପରିବେଶ ଓ ଚାଷ ଜମି ନଷ୍ଟ ହେଉଥିବା ନେଇ କ୍ରସର ଗୁଡିକ ବନ୍ଦ କରିବାକୁ ଦୀର୍ଘ ଦିନ ହେବ ଆନ୍ଦୋଳନ କରିବା ସହ ପୁର୍ବତନ ଜିଲାପାଳ ପଞ୍ଚାୟତ ନିର୍ବାଚନ ପୁର୍ବରୁ କ୍ରସର ଗୁଡିକ ବନ୍ଦ କରିଦେଇଥିଲେ ।
କିନ୍ତୁ ପୁନଃ କ୍ରସର ଗୁଡିକ ଚାଲିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦେଶ ଦେବା ପରେ ଗ୍ରାମବାସୀ ଓ ଶ୍ରମିକ ନେତା ଆନ୍ଦୋଳନ ଜୋର ଦାର କରିଥିଲେ । କିନ୍ତୁ ଏପେଟ କ୍ରସର ଗୁଡିକ ବନ୍ଦ ହେବା ପରେ ବେସରକାରୀ ଠିକା ସଂସ୍ଥା ଜୋର ଜବରଦସ୍ତ ଟଙ୍କା ମାଗୁଥିବା ନେଇ ଗତ ୨୧.୧୦ ୨୦୨୨ରେ ଣ୍ଟ ମ୍ୟାନେଜର ଏକ ଏତେଲା ହରଭଙ୍ଗା ଥାନାରେ ଦେଇଥିଲେ ।
ଏନେଇ ହରଭଙ୍ଗା ଥାନା ପକ୍ଷରୁ ଥାନା କେସ ନଂ ୯୨/୨୨ ରେ ଏକ ମାମଲା ରୁଜ କରି ଗତ ୧୫.୧୧.୨୦୨୨ରେ ଅବକାଶ ସାହୁ ଭୁବନେଶ୍ୱରରୁ ପରିବାର ସହ ଘରକୁ ଫେରୁଥିବା ବେଳେ ରାସ୍ତାରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏପେଟ ଅବକାଶ ସହୁ ୧୫.୧୧.୨୦୨୨ରେ ଜେଲରେ ଥିବା ବେଳେ କିନ୍ତୁ ପୁଲିସ ଆହୁରୀ ୪ ଗୋଟି ମାମଲା କରି ଛନ୍ଦି ଦେଇଥିଲା । ଫଳରେ ସେ ଜେଲରୁ ବାହାରିବାରେ କଷ୍ଟ ହୋଇଥିଲା ।
ଦୀର୍ଘ ୪ ମାସ ପରେ ଉଚ୍ଚନ୍ୟାଳୟରୁ ଜାମିନ ପାଇବା ପରେ ଶୁକ୍ରବାର ଦିନ ବୌଦ୍ଧଉପକାରାଗାରରୁ ବାହରିଥିବା ଜଣାପଡିଛି । ଶ୍ରୀ ସାହଙ୍କୁୁ ନେବାକୁ ଜେଲକୁ ସିପିଆଇ ରାଜ୍ୟ ସଦସ୍ୟ ଜୟନ୍ତ କୁମାର ଦାସ, ଖରଭୁଇଁ ଗ୍ରାମ କମିଟି ସଭାପତି ଦୃହାନନ୍ଦ ଦେହୁରୀ ଓ ଖରଭୁଇଁ ଗ୍ରାମର କିଛି ମହିଳା ମଧ୍ୟ ଜେଲକୁ ଯାଇଥିବା ଜଣାପଡିଛି ।
ସମବାୟ ବ୍ୟକ୍ଷଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
ବୌଦ୍ଧ,୧୮/୩: ବୌଦ୍ଧ ସେବା ସମବାୟ ସମିତି ଓ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ମିଳିତ ଆନୁକୁଲ୍ୟରେ ଆଜି ଏନଏସି ବନ୍ୟା ଆଶ୍ରୟସ୍ଥଳୀ ଠାରେ ସମବାୟ ବ୍ୟକ୍ଷଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।
ବୌଦ୍ଧ ସେବା ସମବାୟ ସମିତିର ସଭାପତି ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ,ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସଦର ଶାଖା ପରିଚାଳକ ସାଇ ସନ୍ତୋଷୀ, ବୌଦ୍ଧ ସେବା ସମବାୟ ସମିତିର ଉପସଭାପତି ପୁଷ୍ପିତା ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସମିତିର ସମ୍ପାଦକ ସତ୍ୟଜିତ କର ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ସମବାୟ ସମିତି ଓ ବ୍ୟାଙ୍କ ମାଧ୍ୟମରେ ଚାଷୀମାନେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ବାବଲମ୍ବୀ ହେବାକୁ ଉପସ୍ଥିତ ଚାଷୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ,ବୌଦ୍ଧ ସହର ଅନ୍ତର୍ଗତ ବିଭିନ୍ନ ୱାର୍ଡର ଚାଷୀମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

ରକ୍ତଦାତା ଆୟୋଜକ ସଂଗଠନ ମାନଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ
ବୌଦ୍ଧ,୧୮/୩: ବୌଦ୍ଧ ଜିଲ୍ଲା କୋଭିଡ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାର ପକ୍ଷରୁ ଆୟୋଜିତ କର୍ମଶାଳାରେ ରକ୍ତଦାତା ପ୍ରବର୍ତ୍ତକ ସଂଘ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।
ବ୍ଲଡ ବ୍ୟାଙ୍କ ଅଧିକାରୀ ଡ଼ା,ଭଞ୍ଜ କିଶୋର ରାମ ଚନ୍ଦ୍ର ହେମ୍ବ୍ରମ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନ୍ ଏ ସି ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା, ସଂଘମିତ୍ରା ପଣ୍ଡା , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ମହାପାତ୍ର, ରକ୍ତଦାତା ପ୍ରବର୍ତ୍ତକ ସଂଘ ସଂପାଦକ ଦେବାଶିଷ ପୁରୋହିତ ମଞ୍ଚାସିନ ଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଯୋଗଦେଇ ଉପସ୍ଥିତ ରକ୍ତଦାତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ତଥ୍ୟ ସହିତ ଉତ୍ସାହିତ କରିଥିଲେ ।
୨୦୨୩ ମସିହା ମଧ୍ୟରେ ଛଅ ହଜାର ୟୁନିଟ ରକ୍ତ ଜିଲ୍ଲାରେ ଷାଠିଏ ଗୋଟି ରକ୍ତ ଦାନ ଶିବିର କରିହେବ ଓ ଏଥିରେ ରକ୍ତଦାନ ଅନୁଷ୍ଠାନ ଦାୟିତ୍ଵ ବହନ କରିବେ ତାର ଊପରେ ଆଲୋଚନା ହୋଇଥିଲା ।
ଜିଲ୍ଲାରେ କୌଣସି ବ୍ୟକ୍ତି ରକ୍ତ ବିନା ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ କାର୍ଯ୍ୟକର୍ତ୍ତମାନେ ସଂକଳ୍ପ ନେଇଥିଲେ, ଆସନ୍ତା ଦିନରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ସ୍ଥିର କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ, ବ୍ୟାଙ୍କ, ପୁଲିସ, କ୍ରୀଡା, ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031