Indus Valley Times

ରାଞ୍ଚିରେ ମହିଳା ସବଇନ୍ସପେକ୍ଟରଙ୍କ ଉପରେ ଭ୍ୟାନ୍ ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ; ଡ୍ରାଇଭର୍ ଗିରଫ

 Breaking News

ରାଞ୍ଚିରେ ମହିଳା ସବଇନ୍ସପେକ୍ଟରଙ୍କ ଉପରେ ଭ୍ୟାନ୍ ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ; ଡ୍ରାଇଭର୍ ଗିରଫ

July 20
11:56 2022

ରାଞ୍ଚି, ୨୦/୭: ଝାଡ଼ଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି। ଗାଡ଼ି ଚେକିଂ ବେଳେ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ପିକଅପ୍ ଭ୍ୟାନ ମଡ଼ାଇ ହତ୍ୟା କରାଯାଇଛି। ଆଜି ରାଞ୍ଚିରେ ଏହି ଘଟଣା ଘଟିଛି।
ଆଜି ସକାଳେ ରାଞ୍ଚିର ତୁପୁଡାନା ଏରିଆର ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମୃତ ମହିଳା ସବଇନ୍ସପେକ୍ଟର ଜଣକ ହେଲେ ସନ୍ଦ୍ୟା ତୋପ୍ନୋ। ତୁପୁଡ଼ାନପା ପୁଲିସ ଷ୍ଟେସନରେ ଇନଚାର୍ଜଭାବେ ଦାୟିତ୍ୱରେ ଥିଲେ ସନ୍ଧ୍ୟା।
ତେବେ ଏହିଘଟଣାରେ ଅଭିଯୁକ୍ତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରାଯାଥିଲା ବେଳେ ଗାଡ଼ିଟିକୁ ଜବତ କରାଯାଇ ଥିବା ରାଞ୍ଚି ଏସଏସପି କୌଶଲ କୁମାର ସୂଚନା ଦେଇଛନ୍ତି।
ବେଆଇନ ଗୁରୁଚାରଲାଣ ନେଇ ପୁଲିସ ସୂଚନା ପାଇ ଯାଞ୍ଚ ହେଉଥିଲା। ଏହି ଚେକପୋଷ୍ଟରେ ସନ୍ଧ୍ୟା ତୋପ୍ନୋ ଯାଞ୍ଚ କରୁଥିବା ବେଳେ ତାଙ୍କ ଉପରେ ଗାଡ଼ ମଡ଼ାଇ ଦିଆଯାଇଥିବା ପୁଲିସ କହିଛି।
ତେବେ ଗତକାଲି ହରିୟାଣାରେ ସମାନ ଢ଼ଙ୍ଗରେ ଅତି ଜଘନ୍ୟ କାଣ୍ଡ ଘଟିଛି। ଜଣେ ଡିଏସ୍ପିଙ୍କୁ ଟ୍ରକ୍ (ଡମ୍ପର) ମଡ଼ାଇ ହତ୍ୟା କରାଯାଇଛି।
ତାଉରୁ ଡିଏସ୍ପି ସୁରେନ୍ଦ୍ର ସିଂହ ଏବଂ ତାଙ୍କ ଟିମ୍ ଗତକାଲି ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ନୁହ ଜିଲ୍ଲାର ପଚଗାଓଁ ଅଞ୍ଚଳ ନିକଟସ୍ଥ ଆରାବଳୀ ପର୍ବତରେ ଚାଲିଥିବା ବେଆଇନ ଖଣି ଖନନ କାର୍ଯଉପରେ ଚଢ଼ଉ ପାଇଁ ଯାଇଥିଲେ।
ବେଆଇନ ଭାବେ ପଥର ନେଉଥିବା ଡମ୍ପରକୁ ଅଟକାଇବା ପାଇଁ ସେ ନିଜର ଟିମ୍ ସହ ପହଞ୍ଚିଥିଲେ। ଚଢ଼ଉ ସମୟରେ ସେ ପଚଗାଓଁ ଗ୍ରାମ ନିକଟରେ ଏକ ଟ୍ରକ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।
କାଗଜପତ୍ର ଯାଞ୍ଚ କରିବା ପାଇଁ ସିଂହ ଇକ୍କର ନାମକ ଜଣେ ଟ୍ରକ୍ ଡ୍ରାଇଭରକୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ। କିନ୍ତୁ, ଡ୍ରାଇଭର୍ ଗାଡ଼ି ଅଟକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଡିଏସ୍ପିଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031