Indus Valley Times

ରାସ୍ତାକଡ଼ର ଉଠା ପରିବା ଦୋକାନୀ ଓ ପୌର ପରିଷଦର ମଧୁ ଚନ୍ଦ୍ରିକା

 Breaking News

ରାସ୍ତାକଡ଼ର ଉଠା ପରିବା ଦୋକାନୀ ଓ ପୌର ପରିଷଦର ମଧୁ ଚନ୍ଦ୍ରିକା

ରାସ୍ତାକଡ଼ର ଉଠା ପରିବା ଦୋକାନୀ ଓ ପୌର ପରିଷଦର ମଧୁ ଚନ୍ଦ୍ରିକା
December 09
10:31 2022

By Biswa Bhusan Mohapatra/ Mamata Mohapatra

Nayagarh, Dec. 9: ନୟାଗଡ ସହରରେ ଦିନକୁ ଦିନ ଜନ ସଂଖ୍ୟା ଓ ଗଡି ମଟର ଭଠାଦୋକାନି ପାଇଁ ବଢିଚାଲିଛି ଟ୍ରାଫିକ ସମସ୍ୟା ।  ସହରର ବିଭିନ୍ନ ସ୍ଥାନରେ ଉଠା ବ୍ୟବସାୟୀମାନେ ରାସ୍ତାକଡରେ ସେମାନଙ୍କ ପସରା ମେଲି ଦେଉଥିବାରୁ ଏହି ସମସ୍ୟା ବଢ଼ିବା ରେ  ଲାଗିଛି। ଏନେଇ ଜନ ଅସନ୍ତୋଷ ବଢୁଥିବା ବେଳେ ଏବେ ନୟାଗଡ କଲେଜ ରୋଡରେ ଦିନକୁ ଦିନ ବଢିଚାଲିଥିବା ପରିବା ବ୍ୟବସାୟୀଙ୍କ ସଂଖ୍ୟା ପୈାରପରିଷଦର କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ !

ନୟାଗଡ଼ ସହରର କଲେଜ ରାସ୍ତା କଡକୁ ଉଠା ପରିବା ଦୋକାନୀମାନେ ଏପରି କବଜା କରିଛନ୍ତି ଯେ ଦେଖିଲେ ଲାଗୁଛି ପୈାର ପ୍ରଶାସନ ପକ୍ଷରୁ ସେଠାରେ ସୃଷ୍ଟି  କରାଯାଇଛି ସହରର ପରିବା ହାଟ ।ରାଜପଥ କଡରେ ଏହି ବେଆଇନ ପରିବା ହାଟ ଯୋଗୁ ଯାନବାହନ ଚଳାଚଳରେ ଉପୁଜୁଛି ସମସ୍ୟା। ଲୋକମାନେ ରାସ୍ତା ଉପରେ ଗାଡି ମୋଟର ରଖି ପରିବା କିଣୁଥିବାରୁ ରାସ୍ତା ସଂଙ୍କୁଚିତ ହେଉଛି। ଯଦ୍ଦ୍ୱାରା ଭାରିଯାନ ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା। କେବଳ ସେତିକି ନୁହେଁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତରେ ମଧ୍ୟ ନାହିଁନଥିବା ଅସୁବିଧା ହେବା ସହ ବଢୁଛି ଦୁର୍ଘଟଣା।

ଏଭଳି ସମସ୍ୟା ଦୀର୍ଘଦିନ ଧରି ଚାଲିଥିବା ବେଳେ ଦେଖଣା ହାରୀ ସାଜିଛି ପୌର ପ୍ରଶାସନ।  ନୟାଗଡ ସହରର ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ଦୈନିକ  ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି  ଯାତ୍ରୀଙ୍କ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ।ବ୍ୟବସାୟୀମାନେ ରାସ୍ତାକୁ କବଜା କରି ଦେଉଥିବାରୁ ଦୈନିକ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ଘଟୁଛି।ସହରର ବିଭିନ୍ନ ସ୍ଥାନରୁ ଉଠାଦୋକାନୀ ଓ ଜବର ଦଖଲକାରୀଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ କାହା ସ୍ବାର୍ଥରେ ନୟାଗଡ଼ ପୌର ପ୍ରଶାସନ କଲେଜ ରାସ୍ତାରେ ବେଆଇନ ଭାବେ ଗଢିଉଠିଥିବା ପରିବା ହାଟ ପ୍ରତି ଆଖି ବୁଜି ଦେଇଛି ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି !

ଏହି ରାସ୍ତା ଦେଇ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଓ  ଅନେକ  କର୍ମଚାରୀ  ଯାତାୟାତ କରୁଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନଥିବା ଜନସାଧାରଣରେ ଆଲୋଚନା ହେଉଛି। ନୟାଗଡ଼ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାର ସ୍ଳୋଗାନ ଦେଉଥିବା ମ୍ୟୁନିସିପାଲିଟିର  ଦୁର୍ନୀତିଗ୍ରସ୍ତ କିଛି କର୍ମଚାରୀଙ୍କ ପ୍ରୋତ୍ସାହନରେ ଏହି ପରିବା ବ୍ୟବସାୟୀ ମାନେ ରାସ୍ତାକଡରେ ବ୍ୟବସାୟ କରୁଥିବା ବେଳେ ପରିବା ବ୍ୟବସାୟୀଙ୍କଠାରୁ କର୍ମଚାରୀମାନେ ଭଲ ବଟି ଆଦାୟ କରୁଥିବା ସୂଚନା ମିଳିଛି ।

ଟାଉନ ଥାନା ପୋଲିସ ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ ବିଭିନ୍ନ ସମୟରେ ତାଗିଦ କରାଯାଉଥିବା ବେଳେ  ମ୍ୟୁନିସିପାଲିଟିର ଅସହଯୋଗ ଯୋଗୁ ଏହି ବ୍ୟବସାୟୀ ମାନଙ୍କୁ ରାସ୍ତାକଡରୁ ଉଠାଇ ହେଉ ନଥିବା କିଛି ପୋଲିସ କର୍ମଚାରୀ ନାମ ପ୍ରକାଶ ନକରି ଅଭିଯୋଗ କରିଛନ୍ତି।ରାସ୍ତା ଉପରେ ଏଭଳି ବେଆଇନ ପରିବା ହାଟ ଯୋଗୁ ଉପୁଜୁଥିବା ସମସ୍ୟା ଯୋଗୁଁ ଆଗକୁ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇନପାରେ। ଏଭଳି ସ୍ଥିତିରେ ଜାଣିଶୁଣି ଏକ ବଡ ଅଘଟଣକୁ ଅପେକ୍ଷା କରୁଛି କି ନୟାଗଡ ମୁନିସିପାଲିଟି ପ୍ରଶାସନ ! ତାକୁ ନେଇ ଜନସାଧାରଣରେ ଆଲୋଚନା ଆରମ୍ଭ ହୋଇଛି।ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031