Indus Valley Times

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ ବିଏମସିର କଟକଣା, ଫୁଟପାଥ୍ ଓ ଡ୍ରେନ ଉପରେ ଫୁଡ୍ ଆଉଟଲେଟ୍ ନକରିବାକୁ ନିର୍ଦ୍ଦେଶ

 Breaking News

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ ବିଏମସିର କଟକଣା, ଫୁଟପାଥ୍ ଓ ଡ୍ରେନ ଉପରେ ଫୁଡ୍ ଆଉଟଲେଟ୍ ନକରିବାକୁ ନିର୍ଦ୍ଦେଶ

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ ବିଏମସିର କଟକଣା, ଫୁଟପାଥ୍  ଓ ଡ୍ରେନ ଉପରେ ଫୁଡ୍ ଆଉଟଲେଟ୍ ନକରିବାକୁ ନିର୍ଦ୍ଦେଶ
October 08
11:45 2022

ଭୁବନେଶ୍ୱର, ୮/୧୦: ଷ୍ଟ୍ରିଟ୍ ଫୁଡ୍ ନେଇ ଷ୍ଟଲ୍ ପାଇଁ ପ୍ରକାଶ ପାଇଛି ଈଗଉ ବିଜ୍ଞପ୍ତି । ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ । ରାସ୍ତା ଉପରେ ପାର୍କିଂ ହୋଇଥିଲେ ଗାଡ଼ି ସିଜ୍ କରାଯିବ, ଜରିମାନା କରାଯିବ ।
ବାରମ୍ବାର ଉଲ୍ଲଂଘନ ହେଲେ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ । ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ପରିବେଷଣ ହେବା ଆବଶ୍ୟକ । ଦୁଇଟି ଡଷ୍ଟବିନ୍ ରଖିବେ, ସେଥିରେ ଓଦା ଓ ଶୁଖିଲା ଆବର୍ଜନା ରଖିବେ ।
ନିଜ ଦୋକାନ ଠାରୁ ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବାକୁ ପଡିବ । ବିଏମ୍ସିର ସ୍ୱତନ୍ତ୍ର ଦଳ ସହରସାରା ବିଭିନ୍ନ ସ୍ଥାନରେ ଚଢ଼ଉ କରିବେ । ତେବେ ଏହିସବୁ ନିୟମ ନମାନିଲେ ଫାଇନ ଦବାକୁ ପଡିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031