Indus Valley Times

ରାସ୍ତା ଉପରେ ଟାୟାର ସଜାଡିବା ହେଲା କାଳ; ପଛରୁ ପିଟିଲା ହାଇୱା

 Breaking News

ରାସ୍ତା ଉପରେ ଟାୟାର ସଜାଡିବା ହେଲା କାଳ; ପଛରୁ ପିଟିଲା ହାଇୱା

December 27
09:39 2023

ବାସୁଦେବପୁର,୨୭/୧୨: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍ ହେଲପରଙ୍କ ଉପରେ ଟ୍ରକ୍ ମାଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।
ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଉକ୍ତ ଟ୍ରକଟି କେଉଁଝର ଅଞ୍ଚଳରୁ ଲୁହାପଥର ନେଇ ଧାମରା ବନ୍ଦରକୁ ଆସୁଥିବା ସୂଚନା ରହିଛି।
ଲୁହାପଥର ବୋଝେଇ ଟ୍ରକଟିର ଯାନ୍ତ୍ରିକ ତ୍ରୁଟି ପାଇଁ ପାର୍କିଂ କରି ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଚିପ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଟାୟାର ଖୋଲୁଥିବା ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଚିପ୍ସ ବୋଝେଇ ଟ୍ରକ ଚାଳକ ବି ଗୁରୁତର ହୋଇଛନ୍ତି। ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031