Indus Valley Times

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ୫ ଗୁରୁତର

 Breaking News

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ୫ ଗୁରୁତର

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ୫ ଗୁରୁତର
October 23
17:39 2023

ରୁପ୍ରା/କେସିଙ୍ଗା,୨୩/୧୦: ଜଣେ ବାଇକ୍ ଚାଳକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଯାତ୍ରୀବାହୀ ବସ୍ଟି ରାସ୍ତାରୁ ଖସିପଡ଼ି ଧାନଖେତରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ଏକ ଯାତ୍ରୀବାହୀ ବସ୍ (ଝୁଲେଲାଲ୍) ଭାୟା ରୁପ୍ରା ଦେଇ ବାରବନ୍ଧା ଯାଉଥିଲା। ଅପରାହ୍ନ ପ୍ରାୟ ୨ଟାରେ ସିରୁଲ ନିକଟ ରାଇସ୍ ମିଲ୍ ପାଖରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଯାତ୍ରୀମାନଙ୍କର କହିବା ଅନୁସାରେ ଡ୍ରାଇଭର ଜଣେ ବାଇକ୍ ଚାଳକକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହାରି ଭିତରେ ବସ୍ଟି ରାସ୍ତାପାର୍ଶ୍ୱ ଧାନ ବିଲରେ ପ୍ରାୟ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି।
ସମସ୍ତ ଆହତ ଓ ଗୁରୁତରଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଥିବା ନିଆଯାଇଥିଲା। ପରେ ୫ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ଭବାନୀପାଟଣାସ୍ଥିତ କଳହାଣ୍ଡି ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବାଇକ ଚାଳକଙ୍କ ନାମ ନିତ୍ୟାନନ୍ଦ ମାଝୀ ବୋଲି ଜଣାପଡିଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ପୂର୍ବତନ ସରପଞ୍ଚ ବିକ୍ରାନ୍ତ ରାଜ ବାଗ, ଭକ୍ତ ସାହୁ, ଗୋପ ଗହିର ଓ ହେମନ୍ତ ନାଗ ପ୍ରମୁଖ ଉଦ୍ଧାର କାମରେ ସହଯୋଗ କରିଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930