Indus Valley Times

ରାୟଗଡ଼ରେ ବ୍ଲକ୍ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

 Breaking News

ରାୟଗଡ଼ରେ ବ୍ଲକ୍ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ରାୟଗଡ଼ରେ ବ୍ଲକ୍ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
October 30
10:36 2022

By C.B. Sing

ରାୟଗଡ଼ା, ୩୦/୧୦: ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଆନୁକୁଲ୍ୟରେ ତଥା ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାର ଏଗାର ଗୋଟି ବ୍ଲକ୍ ଠାରେ ବ୍ଲକ୍ ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଅଛି ।
ସେହିଭଳି ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ଶନିବାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ତଥା ରାଜ୍ୟ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ କରାଇଥିଲେ ।
ଅନ୍ୟତମ ଅତିଥିଙ୍କ ମଧ୍ୟରେ ରାୟଗଡ଼ ତହସିଲଦାର ଶ୍ରୀ ତାପସ ରାଉତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ଶ୍ରୀ ସୁନୀଲ ପ୍ରସାଦ ମହାପାତ୍ର, ସହକାରୀ ଯନ୍ତ୍ରୀ ଏ ସାନମୁଖା ରାଓ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାଶ, ଜି ପି ଇ ଓ ଗୋପାଳ ପଣ୍ଡା , ସ୍ବେଛାସେବୀ ଅନୁଷ୍ଠାନ ଭାର୍ଚ୍ୟୁ ର ନିର୍ଦ୍ଦେଶକ ଚନ୍ଦ୍ରଭାନୁ ସିଂ, ଶିକ୍ଷା ବିଭାଗ ରୁ ଏ ବି ଇ ଓ ୱାଂଗ୍ରାହୀ ଶବର ଓ ଛବିଲାଲ ସିଂ, ସମସ୍ତ ସି ଆର ଆଇ ସି ପ୍ରମୁଖ ଯୋଗଦେଇ ଥିଲେ। ୧୯୯୯ ମସିହାର ମହାବାତ୍ୟାର ତାଣ୍ଡବ ପରେ ରାଜ୍ୟରେ ପ୍ରାକୃତିକ ବିପର‌୍ୟ୍ୟୟ ପୂର୍ବ ପ୍ରସ୍ତୁତି ଯୋଜନା, ବିପର‌୍ୟ୍ୟୟ ସମୟରେ ଧନ, ଜୀବନ ର ସୁରକ୍ଷା ତଥା ବିପର‌୍ୟ୍ୟୟ ପରେ କ୍ଷୟ କ୍ଷତିର ଆକଳନ ସହ ଉଦ୍ଧାର ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ଆଲୋଚନା କରାଯାଇଥିଲା ।
ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ମହିଳା ଓ ଶିଶୁ ବିକାଶ, ଜୀବିକା ମିଶନ, ବ୍ଲକର ସମ୍ପ୍ରସାରଣ ଅଧିକାରୀ ବୃନ୍ଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଆଦି ଯୋଗଦେଇଥିଲେ । ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ଏହାର ପରିଚାଳନା କରିଥିଲେ । ଏବିଡିଓ ଶ୍ରୀ କାଳୁ ଚରଣ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031