Indus Valley Times

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା:ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ

 Breaking News

October 12
16:55 2022

ଭୁବନେଶ୍ବର, ୧୨/୧୦ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨ ଅକ୍ଟୋବର ଅର୍ଥାତ ଆଜି ହିଁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି ।
ଖବର ଅନୁଯାୟୀ, ଗତ ଜୁନ୍ ମାସରେ ବିଜେବି କଲେଜର ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । କଲେଜର ବରିଷ୍ଠ ସହପାଠୀମାନେ ରାଗିଂ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା । ତାଙ୍କୁ ମୃତ୍ୟୁ ପାଇଁ ଉପରଶ୍ରେଣୀର ସହପାଠୀମାନେ ଦାୟୀ କରିଥିଲେ ।
ଯାହାକୁ ନେଇ ପ୍ରବଳ ଉତ୍ତେଜା ଦେଖାଦେଇଥିଲା । ଏପିରିକି ରୁଚିକାଙ୍କୁ ନ୍ୟାୟ ଦାବିରେ ତାଙ୍କ ମା ମଧ୍ୟ ଧାରଣାରେ ବସିଥିଲେ । କିନ୍ତୁ ଏବେ ଯାଏଁ ଆତ୍ମହତ୍ୟା ପ୍ରକୃତ ତଥ୍ୟ ପଦାକୁ ଆସିନାହିଁ । ହେଲେ ଏବେ ଘଟଣାର କିଛି ମାସ ପରେ ତତ୍ପର ହୋଇଉଠିଛି ଉଚ୍ଚଶିକ୍ଷା ବିଭାଗ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031