Indus Valley Times

ରୁଷିଆ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବା ପାଇଁ କଏଦୀଙ୍କୁ ପ୍ରସୃତ କରୁଛି ରୁଷିଆ!

 Breaking News

ରୁଷିଆ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବା ପାଇଁ କଏଦୀଙ୍କୁ ପ୍ରସୃତ କରୁଛି ରୁଷିଆ!

ରୁଷିଆ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବା ପାଇଁ କଏଦୀଙ୍କୁ ପ୍ରସୃତ କରୁଛି ରୁଷିଆ!
August 11
20:12 2022

ମସ୍କୋ ୧୧।୮: ୟୁକ୍ରେନ୍ ସହିତ ଯୁଦ୍ଧ ଲଢ଼ିବା ରୁଷିଆ ପାଇଁ ଭାରି ପଡିଛି । ୟୁକ୍ରେନ ଏକ କ୍ଷୁଦ୍ର ଦେଶ, ତବେ ଯୁଦ୍ଧରେ ଋଷିଆକୁ କଡ଼ା ଟକ୍କର ଦେଉଛି। ପରିସ୍ଥିତି ଏବେ ଏପରି ଯେ ୟୁକ୍ରେନର ମୁକାବିଲା କରିବାରେ ଏବେ ଋଷୀୟ ସୈନିକ ଅସମର୍ଥ। ୬ ମାସ ପୂର୍ବେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କାଳରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍ ଏହା ଏତେ ଦୀର୍ଘ ହେବ ଭାବି ନଥିଲେ। ଏବେ ପରିସ୍ଥିତି ଏପରି ହୋଇଛି ଯେ ଋଷୀୟ ସେନା ଯୁଦ୍ଧକ୍ଷେତ୍ରରୁ ପଳାୟନ କରୁଥିବା ବେଳେ ସରକାର ବିଭିନ୍ନ ଜେଲରୁ ବନ୍ଦୀ କୈଦୀଙ୍କ ସାହାରାରେ ୟୁକ୍ରେନ ଯୁଦ୍ଧ ଳଢିବାକୁ ଯୋଜନା କରିଛନ୍ତି।
ଯୁଦ୍ଧରେ ଋଷିଆର ଅନେକ ସୈନିକ ନିହତ ହୋଇଛନ୍ତି। ଅନେକ ଆହତ ହୋଇ ଘରକୁ ଫେରି ଯାଇଛନ୍ତି। ଏଣୁ ଯୁଦ୍ଧଲାଗି ଋଷିଆ ନୂଆ କରି ସୈନ୍ୟ ବଳ ଯୋଗାଡ କରିବାକୁ ଯୋଜନା କରିଛି। ସୂତ୍ରରୁ ଆସୁଥିବା ସୂଚନାରେ ଋଷିଆ ଏବେ ଜେଲରେ ବନ୍ଦୀ କୈଦୀଙ୍କୁ ମୁକାବିଲା ଲାଗି ୟୁକ୍ରେନ ପଠାଉଛି। ଯୁଦ୍ଧ ଲାଗି କୈଦୀଙ୍କୁ ରାଜି କରିବାରେ ଲାଗିଥିବା ଋଷ ସେମାନଙ୍କ ଦଣ୍ଡ କ୍ଷମା ଲାଗି ମଧ୍ୟ ପ୍ରସ୍ତୁତ ଥିବା କୁହାଯାଉଛି। ଦଣ୍ଡ କ୍ଷମା ସର୍ତ୍ତରେ କୈଦୀ ଯୁଦ୍ଧ ଲାଗି ରଣକ୍ଷେତ୍ରକୁ ଆସିବାକୁ ରାଜି ହେଉଛନ୍ତି।
ଦୀର୍ଘ ସମୟରୁ ସେନାରେ ସେବା ଦେଉଥିବା ସୈନିକଙ୍କ ସହ ନିକଟରେ ସେନାରେ ଯୋଗ ଦେଇଥିବା ଜବାନ ମଧ୍ୟ ରଣକ୍ଷେତ୍ରକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଦୀର୍ଘ ସମୟ ଧରି ଯୁଦ୍ଧ ଋଷୀୟ ସୈନିକଙ୍କୁ ଉଭୟ ଶାରୀରିକ ଓ ମାନସିକ ଭାବେ ଚାପଗ୍ରସ୍ତ କରିଛି। ଅଧିକାଂଶ ଋଷୀୟ ସୈନିକ ଏବେ ରଣକ୍ଷେତ୍ର ଛାଡି ପଳାଇବାକୁ ଚାହୁଁଛନ୍ତି। ୟୁକ୍ରେନ ବିରୋଧରେ ଲଢିବା ପାଇଁ ଋଷିଆ ପ୍ରତିରକ୍ଷା ବିଭାଗକୁ ଲୋକ ମିଳୁ ନାହାନ୍ତି। ଏଣୁ ଋଷିଆ ରକ୍ଷା ମନ୍ତ୍ରାଳୟ ଜରୁରୀ ନିଯୁକ୍ତି ଲାଗି ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।
ସେନାରେ ଅଧିକରୁ ଅଧିକ ଲୋକଙ୍କ ତତ୍କାଳ ନିଯୁକ୍ତି ଲାଗି ଜରୁରୀ ପ୍ରକ୍ରିୟା ମଧ୍ୟ ସମାପ୍ତ କରିଦିଆ ଯାଇଛି। ଏଣୁ ସୈନ୍ୟ ବାହିନୀରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନରେ ବଡବଡ଼ ହୋର୍ଡିଂ ଓ ପରିବହନ ବାହନରେ ବିଜ୍ଞାପନ ଲଗାଇ ଋଷିୟ ପୁରୁଷଙ୍କୁ ସେନାରେ ଯୋଗଦେବା ପାଇଁ ନିବେଦନ କରାଯାଉଛି। ସେନାରେ ନିଯୁକ୍ତି ଲାଗି ବିଭିନ୍ନ ସହରରେ ନିଯୁକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଠି ପୁରୁଷଙ୍କୁ ସେନାରେ ଯୋଗ ଦେବାକୁ କୁହାଯାଉଛି। ତେବେ ଉପୁଜିଥିବା ପରିସ୍ଥିତିକୁ ଋଷିଆ ସରକାର ଅସ୍ୱୀକାର କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031