Indus Valley Times

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୪ ରାଣୀ ମହୁମାଛି, ୧୦ ଗ୍ରାହକଙ୍କ ଅଟକ

 Breaking News

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୪ ରାଣୀ ମହୁମାଛି, ୧୦ ଗ୍ରାହକଙ୍କ ଅଟକ

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୪ ରାଣୀ ମହୁମାଛି, ୧୦ ଗ୍ରାହକଙ୍କ ଅଟକ
November 01
10:39 2022

ବ୍ରହ୍ମପୁର, ୧/୧୧: ରାତି ବଢ଼ିଲେ ଗେଷ୍ଟ ହାଉସରେ ଜମୁଥିଲା ରଙ୍ଗୀନ ଆସର। ସୁନ୍ଦରୀ ରୁପଜୀବୀ ଓ ରଙ୍ଗୀନ ଆଲୁଅରେ ନିଜକୁ ହଜାଇ ଦେଉଥିଲେ ସେଠାକୁ ଆସୁଥିଲା ଗ୍ରାହକ। ହଠାତ୍ ଗତକାଲି ରାତିରେ ଗରାଖ ସାଜି ପହଞ୍ଚିଥିଲେ ବ୍ରହ୍ମପୁର ଏସ୍ପି। ଖୁଲମ ଖୁଲା ଚାଲିଥିଲା ଏହି ଦେଦବେପାରକୁ ଦେଖି ପୁଲିସ ଟିମ୍କୁ ଖବର ଦେଇଥିଲେ। ପୁଲିସ ଟିମ୍ ଗେଷ୍ଟହାଉସରେ ପହଞ୍ଚି ୧୦ ଗ୍ରାହକଙ୍କ ସହ ୪ ରାଣୀ ମହୁମାଛିଙ୍କୁ ସେଠାରୁ ଉଦ୍ଧାର କରିଥିଲା।
ବ୍ରହ୍ମପୁର ସହରର ଟାଟା ଵେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ସେକ୍ସ ରାକେଟ ଚାଲିଥିଲା। ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ରାତି ହେଲେ ଏଠାରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। ତୁଳସୀ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ବ୍ରହ୍ମପୁର ଏସପି କୌଣସି ସୁତ୍ରରୁ ଖବର ପାଇଥିଲେ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଗ୍ରାହକ ଭାବେ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଟିମ୍ ଗେଷ୍ଟ ହାଉସରେ ଚଢ଼ାଉ କରି ୧୦ଜଣ ଗ୍ରାହକ ସହ ୪ଜଣ ରୁପଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031