Indus Valley Times

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ

 Breaking News

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ
September 30
17:29 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୯ : ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଡାଇବେଟିସ ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସ୍ଥିତ ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ଡାଇବେଟିସ ପରୀକ୍ଷା କରାଯାଇଥିଲା ।
ଏପରି କାର୍ଯ୍ୟକ୍ରମ ଜିଲ୍ଲା ର ବାଭିନ୍ନ ସ୍ଥାନରେ ଆୟୋଜନ କରିବାର ଲକ୍ଷ ରହିଛି ବୋଲି ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ସଂପାଦକ ମିହିର ରଞ୍ଜନ ନାୟକ, ରୋଟାରୀ କ୍ଲବର ସଦସ୍ୟ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବିର ପୃଷ୍ଟି, ବାସୁଦେବ ସାହୁ, ଆଦିତ୍ୟ ମିଶ୍ର ଏବଂ ଆର.ସି.ସି. ଶିଖରପୁର ର ସଭାପତି, ସଂପାଦକ ଓ ସଦସ୍ୟମାନେ ପରିଚାଳନା କରିଥିଲେ । ରୋଟାରୀ କ୍ଲବର ଏପରି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031