Indus Valley Times

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପୋପ୍‌ଙ୍କୁ ଭେଟିବା ସହ ଡବ୍ୟୁଏଫ୍‌ପିରେ ସାମିଲ ହେବେ ନବୀନ

 Breaking News

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପୋପ୍‌ଙ୍କୁ ଭେଟିବା ସହ ଡବ୍ୟୁଏଫ୍‌ପିରେ ସାମିଲ ହେବେ ନବୀନ

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପୋପ୍‌ଙ୍କୁ ଭେଟିବା ସହ ଡବ୍ୟୁଏଫ୍‌ପିରେ ସାମିଲ ହେବେ ନବୀନ
June 20
21:22 2022

ଭୁବନେଶ୍ୱ,୨୦/୬: ଆଜି ଇଟାଲୀର ରୋମ ସହରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନିବିନ ପଟ୍ଟନାୟକ । ସେଠାରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୬ ଦିନ ରହିବାର କାର‌୍ୟ୍ୟକ୍ରମ ରହିଛି । ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ ଡବ୍ୟୁଏଫ୍‌ପି ପକ୍ଷରୁ ରୋମ୍କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।
ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶାରେ ହୋଇଥିବା ରୂପାନ୍ତିକରଣ ଉପରେ ବର୍ତ୍ତା ଦେବେ ନବୀନ । କିପରି ଖାଦ୍ୟ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ତଥ୍ୟ ରଖିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ସହ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବା, କୃଷି କ୍ଷେତ୍ରରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ଅବଗତ କରିବେ । ତେବେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଆଲୋଚନା କରାଯିବାର କାର‌୍ୟ୍ୟକ୍ରମ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031