Indus Valley Times

ଲକଡାଉନରେ ତାମିଲନାଡୁରୁ ସର୍ବାଧିକ ୨୬୬୯ ଜଣ ପ୍ରବାସୀ ଫେରିଛନ୍ତି ଜିଲ୍ଲାକୁ

 Breaking News

ଲକଡାଉନରେ ତାମିଲନାଡୁରୁ ସର୍ବାଧିକ ୨୬୬୯ ଜଣ ପ୍ରବାସୀ ଫେରିଛନ୍ତି ଜିଲ୍ଲାକୁ

ଲକଡାଉନରେ ତାମିଲନାଡୁରୁ ସର୍ବାଧିକ ୨୬୬୯ ଜଣ ପ୍ରବାସୀ ଫେରିଛନ୍ତି ଜିଲ୍ଲାକୁ
July 31
19:45 2020

ବୈାଦ୍ଧ,୩୦/୭: କରୋନା ମହାମାରୀ ଯୋଗୁଁ ସାରାଦେଶରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ ସରକାର ସାରାଦେଶରେ ଲଡ ଡାଉନ ଜାରିକରିଥିଲେ । ଫଳରେ ଜିଲ୍ଲାର ହଜାର ହଜାର ଲୋକ ରାଜ୍ୟ ବାହାରେ ଫସି ରହିଥିଲେ । କାମଧନ୍ଦା ବନ୍ଦ ହୋଇଯିବା ଫଲରେ ସେମାନେ ବାଧ୍ୟ ହୋଇ ନିଜ ନିଜ ଅଞ୍ଚଳକୁ ଫେରିଥିଲେ । ସେଥିପାଇଁ ସରକାର ପଞ୍ଚିକରଣ କରିଥିଲେ । ପଞ୍ଜିକରଣରେ ବୈାଦ୍ଧଜିଲ୍ଲାକୁ ପ୍ରାୟ ୮ରୁ ୧୦ ହଜାର ପ୍ରବାସୀ ଫେରିବା ନେଇ ଜିଲ୍ଲା ପ୍ରଶାସନ ଆକଳନ କରିଥିଲା । ହେଲେ ଶେଷରେ ଆଜି ସୁଦ୍ଧା ଜିଲ୍ଲାକୁ ୪୪୮୦ ଜଣ ପ୍ରବାସୀ ଫେରିଛନ୍ତି । ଏହି ପ୍ରବାସୀମାନଙ୍କ ମଧ୍ୟରୁ ସର୍ବାଧିକ ୨୬୬୯ ଜଣ ପ୍ରବାସୀ ତାମିଲନାଡୁ ରାଜ୍ୟରୁ ଫେରିଥିବା ବେଳେ ସର୍ବନିମ୍ନ ଜଣେ ମାତ୍ର ପ୍ରବାସୀ ସିକିମ ରାଜ୍ୟରୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଉତ୍ତର ପ୍ରଦେଶରୁ ୧୮ ଜଣ, ଉତ୍ତରାଖଣ୍ଡରୁ ୬ ଜଣ,ଛତିଶଗଡରୁ ୧୮ ଜଣ, ଗୁଜୁରାଟରୁ ୪୩୫ ଜଣ, ମହାରାଷ୍ଟ୍ରରୁ ୧୦୦ ଜଣ, ତେଲେଙ୍ଗାନା ୫୩୯ ଜଣ, ଆନ୍ଧ୍ର ପ୍ରଦେଶରୁ ୩୪୫ ଜଣ, ବିହାରରୁ ୩ ଜଣ, ପଶ୍ଚିମବଙ୍ଗରୁ ୧୬ ଜଣ, ମଧ୍ୟ ପ୍ରଦେଶରୁ ୪ ଜଣ, କର୍ଣ୍ଣାଟକ ୧୨୯ ଜଣ, କେରଳରୁ ୫୦ ଜଣ, ଦାମନ ଡୁ ରୁ ୨ ଜଣ, ଗୋଆରୁ ୨୨ ଜଣ, ଜାମ୍ବୁ ଓ କାଶ୍ମୀରରୁ ୨ ଜଣ, ଦିଲ୍ଲୀରୁ ୩ ଜଣ, ଦାଦରା ୩ ଜଣ, ରାଜସ୍ଥାନରୁ ୫ ଜଣ,ହରିଆନାରୁ ୩ ଜଣ ଓ ପୁଡୁଚେରୀରୁ ୮ ଜଣ ପ୍ରବାସୀ ଜିଲ୍ଲାକୁ ଫେରି ବିଭିନ୍ନ କ୍ୱାରେଣ୍ଟାନ ସେଣ୍ଟରରେ ରହି ଅବଧି ଶେଷ ପରେ ଘରକୁ ଫେରିଛନ୍ତି । ଏବେବି ୬୩ ଜଣ ପ୍ରବାସୀ କ୍ୱାରେଣ୍ଟାନରେ ଥିବା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031