Indus Valley Times

ଲଘୁଚାପ ଜନିତ ବର୍ଷା :କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଗଲା , ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ

 Breaking News

ଲଘୁଚାପ ଜନିତ ବର୍ଷା :କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଗଲା , ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ

ଲଘୁଚାପ ଜନିତ ବର୍ଷା :କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଗଲା , ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ
August 08
12:24 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୮: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି
ବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ଲାଗିରହିଛି କ୍ଷ ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବିରିନ୍ଦାପଡ଼ାର ଗ୍ରାମବାସୀଙ୍କ ଲାଇଫ୍ଲାଇନ କୁହା ଯାଉଥିବା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସି ଯିବା ସହ ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଏହି କାଠ ପୋଲ କୁ ୱାର୍ଡ଼ ଏବଂ ଗୁଞ୍ଜ ର ମିଳିତ ଆନୁକୂଲ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ତିଆରି ହୋଇଥିଲା କ୍ଷ ଏହି କାଠ ପୋଲ ଦେଇ ବିରିନ୍ଦାପଡ଼ା ସମେତ ବାନ୍ଦାବାଜୁ, ଜ୍ରାବାକେତା ଓ କାଣ୍ଡିକୁଟି ଆଦି ଗାଁର ଲୋକେ ଯିବା ଆସିବା କରନ୍ତି ।
କିନ୍ତୁ ଏବେ କାଠ ପୋଲ ଧୋଇ ହୋଇଯିବା ପରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିରିନ୍ଦାପଡ଼ାରୁ ବହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି, ହେଲେ ଲୋକମାନେ ଏହି କାଠ ପୋଲ ଉପରେ ଅଧିକ ନିର୍ଭର କରି ଯାତାୟାତ କରୁଥିଲେ ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ପକ୍କା ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031