Indus Valley Times

ଲାଞ୍ଚୁଆ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ନିଲମ୍ବିତ

 Breaking News

ଲାଞ୍ଚୁଆ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ନିଲମ୍ବିତ

July 28
15:38 2022

ଉମରକୋଟ ୨୮/୭ : ଅତିରିକ୍ତ ଆଇଆଇସି ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ନିଲମ୍ବିତ କଲେ ଡିଜିପି ।
ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ଖବର ଅନୁଯାୟୀ, ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ କାବୁ କରୁଥିଲା ଭିଜିଲାନ୍ସ ।
ଏହି ସମୟରେ ଭିଜିଲାନ୍ସକୁ ଚକମା ଦେଇ ସେ ଦୌଡ଼ି ଦୌଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇବା ସହ କିଛି ସମୟ ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା ।
ଏହି ଟିମ୍ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଏକ ଟିମ୍ ସାମିଲ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30