Indus Valley Times

ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ୩୦ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ

 Breaking News

ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ୩୦ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ୩୦ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ
April 27
12:49 2023

କଟକ,୨୭/୪: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ସେ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି। ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।
ବାଉରୀବନ୍ଧୁ ପରିଡ଼ା ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା।ସମ୍ପୃକ୍ତ ଅଧିକାରୀ ଜଣକ ବଡ଼ମ୍ବା ବ୍ଳକରେ ୫ଟି ପଞ୍ଚାୟତ ଦାୟିତ୍ବରେ ଥିଲେ। ମୁଗଗହିରୀ ପଞ୍ଚାୟତର ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ବିଲ୍ ପାସ୍ କରିବା ପାଇଁ ଅଭିଯୋଗକାରୀ ଠିକାଦାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିବେଦନ କରୁଥିଲେ। ହେଲେ ସେଠାରେ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ବିଲ୍ ପାସ୍ କରାଯିବ ବୋଲି କହିଥିଲେ। ଏହାପରେ ଅଭିଯୋଗକାରୀ ଠିକାଦାର କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଆଜି ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଅର୍ଥ ଜବତ ହୋଇଛି। ଏହି ମାମଲାରେ ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031