Indus Valley Times

ଲାଞ୍ଚ ମାମଲାରେ ବ୍ଲକ୍ ଶିକ୍ଷା ବିଭାଗ ବରିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ୍ ଓ ଜରିମାନା

 Breaking News

ଲାଞ୍ଚ ମାମଲାରେ ବ୍ଲକ୍ ଶିକ୍ଷା ବିଭାଗ ବରିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ୍ ଓ ଜରିମାନା

ଲାଞ୍ଚ ମାମଲାରେ ବ୍ଲକ୍ ଶିକ୍ଷା ବିଭାଗ ବରିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ୍ ଓ ଜରିମାନା
July 12
19:50 2023

ବୌଦ୍ଧ,୧୨/୭ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ କାର‌୍ୟ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଭିଜିଲାନ୍ସ କୋର୍ଟ। ଏହା ସହିତ ତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅର୍ଥ ନ ଦେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଆଉ ୩ ମାସ ଜେଲ୍ରେ ରଖାଯିବ।
୨୦୧୯ରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚତୁର୍ଭୁଜ ଖମାରୀ। ପେନସନ କାମକୁ ନେଇ ସେ ଏହି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
ଚତୁର୍ଭୁଜ ଖମାରୀ ଆଜି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଅଧିକାରୀଙ୍କ ନିକଟରେ ଅପିଲ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ନିକଟରେ ୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୬ ଜଣଙ୍କର ପେନସନକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ଦେଲେ ବାକି ୮ ଜଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031