Indus Valley Times

ଲିଜେଣ୍ଡ କ୍ରିକେଟ ଲିଗ୍ ପାଇଁ ଭୁବନେଶ୍ୱରରେ ପହଁଞ୍ଚିଲେ ଖେଳାଳି

 Breaking News

ଲିଜେଣ୍ଡ କ୍ରିକେଟ ଲିଗ୍ ପାଇଁ ଭୁବନେଶ୍ୱରରେ ପହଁଞ୍ଚିଲେ ଖେଳାଳି

September 25
19:48 2022

ଭୁବନେଶ୍ୱର,୨୫/୯: ରବିବାର ଦିନ ଲିଜେଣ୍ଡ କ୍ରିକେଟ ଲିଗ୍ ପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଲିଜେଣ୍ଡସ୍ । କଟକ ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ କ୍ରିକେଟ ଲିଗ୍ ପାଇଁ ଭୁବନେଶ୍ୱର ପହଞ୍ଚିସାରିଛନ୍ତି ଦୁଇ ଦଳ । ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ । ଦୁଇଟି ଯାକ ଟିମ୍ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା ।
ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍ ଓ୍ୱାଟସନଙ୍କ ପରି ବଛା ବଛା ଖେଳାଳି ରହିଥିବା ବେଳେ ମନିପଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୂରଲୀଧରନଙ୍କ ପରି ଦିଗ୍ଗଜ ଖେଳାଳିମାନେ ରହିଛନ୍ତି । ଲିଜେଣ୍ଡ କ୍ରିକେଟରଙ୍କୁ ଦେଖିବାକୁ ରାସ୍ତା କଡ଼ରେ ଓ ହୋଟେଲ ସମ୍ମୁଖରେ ଫ୍ୟାନମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଏହି ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମଧ୍ୟ କରାଯାଉଛି । ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।
ଗ୍ୟାଲେରୀ ପାଇଁ ଟିକେଟ ଦର ୩୫୦ ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ ୧୨ ଶହ ଓ କର୍ପୋରେଟ ବକ୍ସ ପାଇଁ ୪,୫୦୦ ଟଙ୍କା ଟିକେଟ ମୂଲ୍ୟ ଧାର‌୍ୟ୍ୟ କରାଯାଇଛି । ଯଦିଓ ଟିକଟ୍ କାଉଣ୍ଟରରେ ସେତେ ଭିଡ ଦେଖା ଯାଉନାହିଁ । କିନ୍ତୁ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଫ୍ୟାନ୍ମାନେ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମ୍ୟାଚ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆନ୍ତର୍ଜାତୀୟ ମ୍ୟାଚରେ ଯେଭଳି ସୁରକ୍ଷା ଯୋଗାଇ ଦିଆଯାଏ, ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।
୧୬ ତାରିଖରୁ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଦଳ ଅଂଶଗ୍ରହଣ କରୁଛନ୍ତି । ସେମାନେ ହେଉଛନ୍ତି ଗୁଜୁରାଟ ଜାଏଣ୍ଟସ୍, ଇଣ୍ଡିଆ କ୍ୟାପିଟାଲ୍ସ୍, ମଣିପାଲ ଟାଇଗର ଏବଂ ଭିଲଓ୍ୱାରା କିଙ୍ଗସ୍ ।
ଗୁଜୁରାଟ ଜାଏଣ୍ଟସ୍ର କ୍ୟାପଟେନ ବୀରେନ୍ଦ୍ର ସେହୱାବାଗ, ଇଣ୍ଡିଆ କ୍ୟାପିଟାଲ୍ସର କ୍ୟାପଟେନ ହେଉଛନ୍ତି ଗୌତମ ଗମ୍ଭୀର । ସେହିଭଳି ମନିପାଲ ଟାଇଗର୍ସ ଟିମର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ହରଭଜନ ସିଂ । ଇରଫାନ ପଠାନଙ୍କୁ ଭିଲଓ୍ୱାରା କିଙ୍ଗସ୍ର ଦାୟିତ୍ୱ ଦିଆଯାଇଛି । କୋଲକତାରେ ଏହାର ଶୁଭାରମ୍ଭ ହେବାକୁ ଥିବାବେଳେ କଟକରେ ଏହି ଲିଗ୍ର ତିନୋଟି ମ୍ୟାଚ ହେବ । ଆସନ୍ତା ୨୬ରୁ ୨୯ ତାରିଖ ପର‌୍ୟ୍ୟନ୍ତ ଦେଖିବାକୁ ମିଳିବ ବାରବାଟୀରେ ଟକ୍କର ।
ପ୍ରଥମ ମ୍ୟାଚ୍ ମନିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଖେଳାଯିବ । ୨୭ ତାରିଖରେ ଗୁଜୁରାଟ ଜାଏଣ୍ଟସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଏବଂ ୨୯ ତାରିଖରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମନିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧ ତାରିଖ ପର‌୍ୟ୍ୟନ୍ତ ଲିଗ୍ ପର‌୍ୟ୍ୟାୟ ଚାଲିବା ପରେ ଅକ୍ଟୋବର ୨ ଓ ୩ ତାରିଖରେ ଯଥାକ୍ରମେ କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ୍ ଖେଳାଯିବ । ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031