Indus Valley Times

ଲୁଟର ଶିକାର ହେଲେ ଦମ୍ପତ୍ତି, ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ

 Breaking News

ଲୁଟର ଶିକାର ହେଲେ ଦମ୍ପତ୍ତି, ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ

ଲୁଟର ଶିକାର ହେଲେ ଦମ୍ପତ୍ତି, ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ
May 26
17:23 2023

ବ୍ରହ୍ମପୁର,୨୬/୫ : ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ପତ୍ନୀଙ୍କ ଭ୍ୟାନିଟ୍ ବ୍ୟାଗ୍ରେ ସାଢ଼େ ୪ ଲକ୍ଷ ଟଙ୍କା ରଖିଥିଲେ। ତେବେ ବାଟରେ ଯିବା ବେଳେ ପତ୍ନୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ବାଇକ୍ରେ ଆସିଥିବା ଲୁଟେରାମାନେ ଭିଡ଼ି ନେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଓଭର ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଲୁଟ ଶିକାର ଦମ୍ପତି ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।
ଏହି ଦମ୍ପତିଙ୍କ ଘର ରଙ୍ଗେଇଲୁଣ୍ଡା ବ୍ଲକ ଆରୁଆପଲି ଅଞ୍ଚଳରେ। ସେମାନେ ହେଲେ ପ୍ରଭାକର ପଟ୍ଟନାୟକ ଓ କୁମାରୀ ପଟ୍ଟନାୟକ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେମାନେ ଏକ ବାଇକରେ ଲାଞ୍ଜିପଲି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ୫ଲକ୍ଷ ୩୦ହଜାର ଟଙ୍କା ଉଠାଇଥିଲେ।
ପ୍ରଭାକର ତାଙ୍କ ପତ୍ନୀଙ୍କ ଭ୍ୟାନିଟ୍ରେ ୪ଲକ୍ଷ ୫୦ହଜାର ଟଙ୍କା ରଖିବା ପରେ ଅନ୍ୟ ଏକ ବ୍ୟାଗରେ ୭୦ହଜାର ଟଙ୍କା ରଖିଥିଲେ। ବଳକା ୧୦ହଜାର ଟଙ୍କା ନିଜ ଝିଅ ଆକାଉଣ୍ଟରେ ଜମା କରିଥିଲେ। ସେଠାରୁ ବାଇକ୍ ଯୋଗେ ଦୁହେଁ ଆଙ୍କୁଲି ଓଭର ବ୍ରିଜ ଦେଇ ଘରକୁ ଫେରୁଥିଲେ।
ପୁଲିସ ତଦନ୍ତ କରୁଛି।
ଦୁଇ ଜଣ ଯୁବକ ବ୍ୟାଙ୍କ ନିକଟରୁ ଉଭୟଙ୍କୁ ବାଇକରେ ପିଛା କରିଥିଲେ। ଯାହାକୁ ଜାଣି ପାରି ନ ଥିଲେ ଉକ୍ତ ଦମ୍ପତି। ଆଙ୍କୁଳି ଓଭର ବ୍ରିଜ ନିକଟରେ ଦୁର୍ବୃତ୍ତମାନେ ରାସ୍ତା ଶୂନଶାନ ଥିବା ଦେଖି ଦମ୍ପତିଙ୍କ ବାଇକକୁ ଧକ୍କା ଦେଇଥିଲେ। ତେବେ ସୌଭାଗ୍ୟକୁ ସେମାନେ ବାଇକ୍ରୁ ପଡ଼ିଯାଇ ନ ଥିଲେ। ହେଲେ ଭୟରେ ଦମ୍ପତି ନିଜ ବାଇକକୁ ରାସ୍ତା ପାଖରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ପାଖରେ ଥିବା ଭ୍ୟାନିଟ୍କୁ ଝାଂପି ନେଇ ପଳାଇଥିଲେ।
ପରେ ପ୍ରଭାକର ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏତଲାକୁ ଭିତ୍ତି କରି ସମ୍ପୃକ୍ତ ବ୍ୟାଙ୍କ ଓ ରାସ୍ତାରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930