Indus Valley Times

ଲୋନ୍ ଦେବା ନାଁରେ ବଡ଼ଧରଣର ଠକେଇ, ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର

 Breaking News

ଲୋନ୍ ଦେବା ନାଁରେ ବଡ଼ଧରଣର ଠକେଇ, ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର

ଲୋନ୍ ଦେବା ନାଁରେ ବଡ଼ଧରଣର ଠକେଇ, ବନ୍ଧାହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର
July 29
12:36 2023

ଭୁବନେଶ୍ବର,୨୯/୭: ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ ପରିଡ଼ା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପଳାସପଲ୍ଲୀରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ଵୟମଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା। ଜାଲି ଡକ୍ୟୁମେଣ୍ଟ ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଋଣ ମଞ୍ଜୁର କରାଯାଇଥିଲା। ୨୪ଟି ଗାଡ଼ି ଲୋନ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ୱୟମ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031