Indus Valley Times

ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

 Breaking News

ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !
December 05
10:10 2023

ଭୁବନେଶ୍ୱର,୫/୧୨ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ମିଗଜୋମ’ । ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ‘ମିଗଜୋମ’ ପ୍ରଭାବରେ ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା।
ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି।
ସେପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି। ବର୍ଷକର ପରିଶ୍ରମକୁ ବର୍ଷା ଦାଉରୁ ସାଇତି ରଖିବାକୁ ଚେଷ୍ଟା କରୁଛି ଚାଷୀ। ବର୍ଷା ଯୋଗୁ ଧାନ, କପା, ମାଣ୍ଡିଆ ଭଳି ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031