Indus Valley Times

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

 Breaking News

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

May 14
18:31 2022

ମାଲକାନଗିରି,୧୪/୫: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି । ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ଜଣାପଡିଛି । ନେଲେନାର ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏହି ବିସ୍ଫୋରଣ ଘଟିଥିଲା । ୨ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି ।
ମାସେ ତଳେ ମାଓବାଦୀଙ୍କ ଆକ୍ରମଣରେ ଛତିଶଗଡ଼ ବିଜାପୁର ଜିଲ୍ଲାର ୪ ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିଲେ। ବିଜାପୁର ଜିଲ୍ଲାର ଜୟଗୁରୁ ପୋଲିସ କ୍ୟାମ୍ପରେ ରାତିରେ ମାଓବାଦୀ ଖୋଲା ଫାୟାରିଂ କରିଥିଲେ। ଫଳରେ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031