Indus Valley Times

ଶପଥ ନେଲେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା, ଶପଥପାଠ କରାଇଲେ ବାଚସ୍ପତି

 Breaking News

ଶପଥ ନେଲେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା, ଶପଥପାଠ କରାଇଲେ ବାଚସ୍ପତି

ଶପଥ ନେଲେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା, ଶପଥପାଠ କରାଇଲେ ବାଚସ୍ପତି
December 12
12:38 2022

ଭୁବନେଶ୍ବର,୧୨/୧୨: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ଶପଥ ନେବା ପୂର୍ବରୁ ଗତ ଶନିବାର ବର୍ଷା ବାଚସ୍ପତି ଶ୍ରୀ ଆରୁଖଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କୁ ଭେଟିବା ପରେ ବର୍ଷା କହିଛନ୍ତି ଯେ ମୁଁ ଆଜି ବାଚସ୍ପତିଙ୍କ ଆଶୀର୍ବାଦ ନେବାକୁ ଆସିଥିଲି।
ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ।ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ।
ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍ ପଡ଼ିଛି। ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ହାସଲ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031