Indus Valley Times

ଶରତରେ ଗ୍ରୀଷ୍ମର ତାତି, ୧୫ ସହରରେ ପାରା ୩୫ ଡିଗ୍ରୀ ପାର୍, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି

 Breaking News

ଶରତରେ ଗ୍ରୀଷ୍ମର ତାତି, ୧୫ ସହରରେ ପାରା ୩୫ ଡିଗ୍ରୀ ପାର୍, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି

ଶରତରେ ଗ୍ରୀଷ୍ମର ତାତି, ୧୫ ସହରରେ ପାରା ୩୫ ଡିଗ୍ରୀ ପାର୍, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି
October 10
10:56 2023

ଭୁବନେଶ୍ୱର,୧୦/୧୦: ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ବାଭାବିକ ଭାବେ ୩୦ରୁ ୩୨ ଡିଗ୍ରୀ ସେଲସିୟସ ରହିଥାଏ।
ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହୁଛି। ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଆକାଶ ମେଘମୁକ୍ତ ରହିବା ସହ ଉତ୍ତର ଦିଗରୁ ବାୟୁ ପ୍ରବାହ ହେଉଛି। ଏଥିସହିତ ବାୟୁମଣ୍ଡଳରେ ଜଳୀୟକଣା ରହୁଥିବାରୁ ପରିବେଶ ଉଷ୍ମ ରହୁଛି। ଆସନ୍ତା ୨୦ ତାରିଖ ଯାଏ ଏଭଳି ପାଗ ଲାଗି ରହିବ। ୨୨ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ।
ଆସନ୍ତା ୧୫ କିମ୍ବା ୧୬ ତାରିଖ ବେଳକୁ ଦକ୍ଷିଣ ଚାଇନା ସାଗରରେ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବା ସମ୍ଭାବନା ରହିଛି। ୧୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇପାରେ।
ଏହା ୨ରୁ ୪ ଦିନ ସମୁଦ୍ରରେ ରହି ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ୨୪ ତାରିଖ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି କେତେକ ପାଣିପାଗ ମଡେଲ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ବାତ୍ୟାର ବେଗ ଓ ଏହା କେଉଁ ଦିଗକୁ ଗତି କରିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଆସନ୍ତା ୧୮ରୁ ୨୦ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।
ଏହାର ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇପାରେ। ଅକ୍ଟୋବରରେ ରାଜ୍ୟକୁ ବାତ୍ୟା ଭୟ ରହିଛି। ପରିବେଶ ଉତ୍ତପ୍ତ ରହୁଥିବାରୁ ଆସନ୍ତା ୧୫ ଦିନ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ଆଶଙ୍କା ଅଧିକ ରହିଛି ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031