Indus Valley Times

ଶରଧାପୁରରେ ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପକ୍ଷ ପାଳିତ

 Breaking News

ଶରଧାପୁରରେ ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପକ୍ଷ ପାଳିତ

August 05
19:28 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୮ :
ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ହରଭଙ୍ଗା ବ୍ଲକର ପିତାମ୍ବରପୁରପଞ୍ଚାୟତ ଅନ୍ତର୍ଗତ ଶରଧାପୁରରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରହ, ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି କର୍ମୀ ବିଷ୍ଣୁପ୍ରିୟା କର୍ଣ୍ଣ, ଅଶାକର୍ମୀ ଜୟଶ୍ରୀ ଦେହୁରୀ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପ୍ରଥମେ ନିଜେ ଓ ନିଜର
ଚତୁଃପାର୍ଶ୍ୱକୁ ସଫା ସୁତୁରା ରଖି ନିରୋଗ ରହିବା ପାଇଁ ଶପଥ ପାଠ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜାଦୀର ଅମୃତ ମହୋତ୍ସବ ଅବସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ବିବେକାନନ୍ଦଙ୍କ ମୋମେଣ୍ଟ ଦେଇ ପୁରସ୍କୃତ କରାଯାଇଥିଲା ।
ଗତ ସହିତ ଶରଧାପୁର ଗାଁର ଗୋଷ୍ଠୀ କେନ୍ଦ୍ରକୁ ସଫାକରିବା ସହ ଏକ ସଚେତନତା ରାଲି କରାଯାଇଥିଲା ।
ନେହରୁ ଯୁବ କେନ୍ଦ୍ରର କର୍ମକର୍ତ୍ତାସୁପ୍ରିୟା ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଧିର ଦୀପ ସଭା ପରିଚାଳନା କରିଥିଲେ । ମନୋଜ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗମାୟା ଦେହୁରୀ ସହଯୋଗ କରିଥିଲେ ।
ନୁଆପଡାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାରକୁ କ୍ଷତି ପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ

ବୌଦ୍ଧ,୫/୮ : ବୌଦ୍ଧ ଥାନା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ନୁଆପଡା ଠାରେ ଗତ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଧକ୍କାରେ ହାଟଗାଁ ଗ୍ରାମର ଶାନ୍ତନୁ ଉର୍ମାଙ୍କ ମୃତ୍ୟୁ ଘଟିଥିଲା ବେଳେ ଶାନ୍ତି ଉର୍ମା ଗୁରୁତର ଆହତ ହୋଇଥିଲେ । ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୁରୁବାର ନୂଆପଡା ଠାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିଲା । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନ ପକ୍ଷରୁ ଦୁଇ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ସରକାରଙ୍କୁ ଜଣାଇଥିବା ଜଣାପଡିଛି । ରେଡକ୍ରସ ପକ୍ଷରୁ ୧୨ ହଜାର ଟଙ୍କା କ୍ଷତି ପୁରଣ ଦେବା ସହ ଗାଡି ମାଲିକ କିଛି ଆର୍ଥକ ସହଯୋଗ କରିଥିବା ଜଣାପଡିଛି ।
କ୍ଷତିପୁରଣ ମିଳିବାର ପ୍ରତିଶୃତି ପରେ ରାସ୍ତା ରୋକରୁ ଓହରିଥିଲେ । ପ୍ରକାଶ ଥାଉକି ବୁଧବାର ସନ୍ଧ୍ୟାରେ ବୌଦ୍ଧ ପଟୁ ଚାରିଛକ ଆଡକୁ ଏକ ଟ୍ରକ ( ଏମପି ୦୯ ଏଚଏଚ ୧୮୧୬) ଯାଉଥିବା ବେଳେ ନୁଆପଡା ଠାରେ ଥିବା ଏକ ବଡ ହମ୍ପସ ଥିବାରୁ ଟ୍ରକଟି ଭାରସାମ୍ୟ ହରାଇ ହମ୍ପସ ନିକଟରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ପଶିଯିବା ସହ ଓଲଟିପଡିଥିଲା ।
ସେହି ସମୟରେ ଜଳଖିଆ ଦୋକାନରେ ଥିବା ହାଟଗାଁର ଶାନ୍ତାନୁ ଉର୍ମା ଓ ଶାନ୍ତି ଉର୍ମା ଜଳଖିଆ ଖାଉଥିବା ବେଳେ ଟ୍ରକଟି ଧକ୍କା ହୋଇଥିଲା । ଫଳରେ ଟ୍ରକ ଡ୍ରାଇଭର ସମେତ ଶାନ୍ତନୁ ,ଶାନ୍ତି ଗୁରୁତର ଆହତ ହୋଇଥିଲେ ।
ଦୁର୍ଘଟଣା ପରେ ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଯାଇଛି । ମେଡିକାଲରେ ଚିକିତ୍ସିତ ହେବା ସମୟରେ ଶାନ୍ତନୁ ଉର୍ମାଙ୍କ ମୃତ୍ୟୁ ଘଟିଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଦୁର୍ଘଟଣା ପରେ ଚେତା ପଶିଲା ଜାତୀୟ ରାଜପଥ ବିଭାଗ ,ରାତିଅଧିଆ ହମ୍ପସ ଉଛେଦ
ବୌଦ୍ଧ,୫/୮: ବୌଦ୍ଧ ଜିଲ୍ଲା ଦେଇ ଯାଇଛି ଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ । ଜାତୀୟ ରାଜପଥ ବୌଦ୍ଧଜିଲ୍ଲାରେ ପ୍ରାୟ ୧୧୦ କିମି ଯାଇଅଛି । ଉକ୍ତ ଜାତୀୟ ରାଜପଥରେ ପ୍ରତ୍ୟହ ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ଘଟିବାରେ ଲାଗିଛି । ଜାତୀୟ ରାଜପଥର ଚାରିଛକ ଠାରୁ ବାଣିଗୋଛା ପର୍ଯ୍ୟନ୍ତ ବୁଲାଣି ଥିବାରୁ ବହୁ ଦୁର୍ଘଟଣା ଘଟୁଅଛି । । ଏହା ସହ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବଡ ବଡ ହମ୍ପସ ନିର୍ମାଣ କରିଥିବାରୁ ଦୁର୍ଘଟଣା ମାନ ମଧ୍ୟ ଘଟୁଅଛି ।
ଜାତୀୟ ରାଜପଥର ନୁଆପଡା ଠାରେ ଏକ ବଡ ହମ୍ପସ ଥିବାରୁ ବାଇକ ଚାଳକ ଓ କାର ଗୂୁଡିକ ବହୁ ସମୟରେ ଦୁର୍ଘଟଣା ହୋଇଆସୁଥିଲା । ଦୁର୍ଘଟଣା ଘଟୁଥିବା ବେଳେ କିନ୍ତୁ ଜାତୀୟ ରାଜପଥ ବିଭାଗର ଚିନ୍ତା ନଥିଲା । କିନ୍ତୁ ଗତ ବୁଧବାର ଦିନ ସନ୍ଧ୍ୟାରେ ଉକ୍ତ ହମ୍ପସରେ ଏକ ବଡ ଟ୍ରକ ଦୁର୍ଘଟଣା ଘଟି ନିକଟସ୍ଥ ଏକ ଜଳଖିଆ ଦୋକାନକୁ ପଶି ଯାଇ ଓଲଟିପଡିଥିଲା ।
ଫଳରେ ଜଳଖିଆ ଖାଉଥିବା ହାଟଗାଁର ଶାନ୍ତାନୁ ଉର୍ମାଙ୍କୁ ମୃତ୍ୟୁ ହୋଇଥିବା ବେଳେ ଶାନ୍ତି ଊର୍ମା ଗୁରତର ହୋଇଥିଲେ । ଦୁର୍ଘଟଣା ଯୋଗୁଁ ଦୋକନଟି ଭାଙ୍ଗି ଥିବା ବେଳେ ଦୁଇଟି ମଟର ସାଇକେଲେ ମଧ୍ୟ ଭାଙ୍ଗି ଚୁରମାର ହୋଇଛି । ଏପଟେ ଦୁର୍ଘଟଣା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି । ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ରାତିଅଧିଆ ଉକ୍ତ ହମ୍ପସକୁ ଉଠାଇଦିଆଯାଇ ରାସ୍ତାକୁ ସମତଳ କରାଯାଇଛି । ଯଦି ଜାତୀୟ ରାଜପଥ ବିଭାଗ ପୁର୍ବରୁ ସର୍ତକତା ଅବଲମ୍ବନ କରିଥାନ୍ତା ଅକାଳରେ ଜଣେ ଗରିବ ଲୋକଙ୍କ ଜୀବନ ଯାଇନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟର ଅଗ୍ରଗତି ନେଇ ଉପଭୋକ୍ତା ସଂଘର ସମୀକ୍ଷା
ବୌଦ୍ଧ,୫/୮ : ଓଡିଶା ରାଜ୍ୟ ଅନ୍ତର୍ଭୁକ୍ତ ରେଳ ପ୍ରକଳ୍ପ ଗୁଡିକ ମଧ୍ୟରୁ ବର୍ତମାନ ର ମୁଖ୍ୟ ପ୍ରକଳ୍ପ ଖୋର୍ଦ୍ଧା ବଲାଙ୍ଗୀର ୩୦୧ କି.ମି. ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବୌଦ୍ଧଜିଲ୍ଲା ଅଧିନରେ ରହିଥିବା ରେଳ ପ୍ରକଳ୍ପ ମଧ୍ୟମ ଗତିରେ ଚାଲୁଥିବା ଦେଖାଦେଇକ୍ତି ।
ପଶ୍ଚିମାଞ୍ଚଳ ରେଳ ଉପଭୋକ୍ତା ସଂଘ ବୌଦ୍ଧଶାଖା ପକ୍ଷରୁ ବୁଦ୍ଧିଜିବୀ ଫୋରମ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବର୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା କରଯାଇ ଥିଲା ।
ମନମୁଣ୍ଡା ଠାରୁ ମୁଖ୍ୟ ରେଳ ଷ୍ଟେସନ୍ ବୌଦ୍ଧ ପର୍ଯ୍ୟନ୍ତ ମାତ୍ର ୪୦ ପ୍ରତିଶତ ଅଗ୍ରଗତି ହୋଇଥିବା ବେଳେ ବୌଦ୍ଧ ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ୩୫ପ୍ରତିଶତ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥିବା ଜଣାପଡିଛି । ବର୍ତମାନର ମୁଖ୍ୟ ପ୍ରତିବନ୍ଧକ ପୁରୁଣାକଟକ ଠାରୁ ଜିଲ୍ଲାର ଶେଷସୀମା ବଦଲା ସାହି ପର୍ଯ୍ୟନ୍ତ ଜଙ୍ଗଲ ଜମି କୁ ବାଦ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।
ଖୋର୍ଦ୍ଧା ପଟୁ ୧୪୩.୩୩ କି.ମି. ଠାରୁ ୧୮୦ କି.ମି. ପର୍ଯ୍ୟନ୍ତ ଜମି ଜଙ୍ଗଲ ବିଭାଗ ଅଧିନରେ ରହିଥିବା ରାଜ୍ୟ ସରକାରଙ୍କ ଅନୁମୋଦନ ଅଭାବରୁ ରେଳ ବିଭାଗ କୁ ହସ୍ତାନ୍ତର ହୋଇ ପାରିନାହିଁ ।
ବୌଦ୍ଧଜିଲ୍ଲାରେ ସରକାରଙ୍କ ରାଜସ୍ୱ ଅଧିନରେ ରହିଥିବା ସମସ୍ତ ଜମି ହସ୍ତାନ୍ତର ହୋଇ ସାରିଥିବା ବେଳେ ୯୮ ଗୋଟି ଗ୍ରାମର ଘରୋଇ ଜମି ମଧ୍ୟ ରୁ ୯୫ ଗ୍ରାମର ଜମି ରେଳ ବିଭାଗ କୁ ହସ୍ତାନ୍ତର ହୋଇ ସାରିଥିବା ବେଳେ ୩ଗୋଟି ଗ୍ରାମ ଭଉଁରିପଥର, ସିଂହାଣିବେଡା ଓ ଗୁଣ୍ଡୁରିବେଡା ଗ୍ରାମ ଅନ୍ତର୍ଭୁକ୍ତ ଜମି ଅଧରଗ୍ରହଣ ର ଶେଷ ପର୍ଯ୍ୟାରେ ପହଂଚିଥିବା ଜଣାପଡିଛି ।
୩୦୧ କି.ମି. ମଧ୍ୟରୁ ବୌଦ୍ଧଜିଲ୍ଲାରେ ସର୍ବାଧିକ ୧୦୬.୭୭କି.ମି. ରହିଛି । ରେଳ ବିଭାଗ କୁ ଘରୋଇ ଜମି ୨୦୬୨.୪୧୪ ଏକର ଜମି ମଧ୍ୟରୁ ୨୦୧୨.୧୮୪ ଏକର ଦିଆଯାଇଥିବା ବେଳେ ରାଜସ୍ୱ ଜମି ୬୧୩.୮୭ ଏକର ମଧ୍ୟରୁ ସମସ୍ତ ଜମି ରେଳ ବିଭାଗୁ ଦିଆଯାଇଛି । ୭୭୯.୭୨୨ ଏକର ଜଙ୍ଗଲ ଜମି ମଧ୍ୟ ରୁ ରେଳ ବିଭାଗ କୁ ମାତ୍ର ଅଳ୍ପ କିଛି ଏକର ଜମି ହସ୍ତାନ୍ତର କରାଯାଇଛି ।
ବୌଦ୍ଧଜିଲ୍ଲା ଜଙ୍ଗଲ ବିଭାଗ ଅଧିନରେ ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟା ଏବଂ ନୟାଗଡ ଜଙ୍ଗଲ ବିଭାଗ ଅଧିନରେ ରହିଥିବା ଜଙ୍ଗଲ ଜମି ଜିଲ୍ଲାସ୍ତରରେ ପଡି ରହିଥିବା ଷ୍ଟେଜ୍ ୧ ପ୍ରକ୍ରିୟାରେ ରାଜ୍ୟ କୁ ଆସନ୍ତା ସପ୍ତାହରେ ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି ।
ଉକ୍ତ ରେଳ ପ୍ରକଳ୍ପ ରେ ଓଡିଶା ର ସର୍ବବୃହତ ୬ କି.ମି. ପର୍ଯ୍ୟନ୍ତ ଦୁଇଗୋଟି ଟର୍ନେଲ ନିର୍ମାଣ ହେବ । ଖୋର୍ଦ୍ଧାରୋଡ ଠାରୁ ନୟାଗଡ ର ନୁଆଗାଁ ପର୍ଯ୍ୟନ୍ତ ରେଳ ଗଡି ସାରିଥିବା ବେଳେ ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସରେ ଦଶପଲ୍ଲା ପର୍ଯ୍ୟନ୍ତ ରଳେ ଗଡିବ ସେହିପରି ବଲାଙ୍ଗିର ପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଗଡିଥିବା ବେଳେ ସୋନପୁର ପର୍ଯ୍ୟନ୍ତ ୨୦୨୩ ମସିହାରେ ଗଡିବ ବୋଲି ରେଳ ବିଭାଗ ପକ୍ଷରୁ ଜଣାଯାଇଛି ।
ରେଳବିଭାଗ ତରଫରୁ ଜମି ହସ୍ତାନ୍ତର କରାଗଲେ ୨୦୨୪ ମସିହା ମାର୍ଚ୍ଚ ମାସରେ ପଂପୁର୍ଣ୍ଣ କରାଯିବ ବୋଲି ପୁର୍ବରୁ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ର ଅବହେଳାରୁ ଏହା ବିଳମ୍ବ ହେଉଥିବା ଆଲୋଚନା ହେଉଅଛି ।
ଇତି ମଧ୍ୟରେ ପଶ୍ଚିମାଂଚଳ ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଯାଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଅବଗତ କରାଇବା ସହିତ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସଂପୁର୍ଣ୍ଣ କରିବା ପାଇଁ ଦାବୀପତ୍ର ଦେଇ ଆଲୋଚନା କରିଛନ୍ତି ।
ବୌଦ୍ଧର ବିଧାୟକ ପ୍ରଦିପ କୁମାର ଅମାତ୍ ଙ୍କୁ ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀପଦ ମିଳିଥିବାରୁ ବୌଦ୍ଧଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବୀପତ୍ର ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଏବଂ ନିର୍ମାଣ କାର୍ଯ୍ୟ କରୁଥିବା ଏଜେନ୍ସି ର ମୁଖ୍ୟମାନଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଚଳିତ ମାସ ଶେଷ ସପ୍ତାହରେ ପଶ୍ଚିମାଂଚଳ ରେଳ ଉପଭୋକ୍ତା ସଂଘର ସମସ୍ତ ଜିଲ୍ଲାର ସଦସ୍ୟମାନଙ୍କୁ ନେଇ ବୌଦ୍ଧଜିଲ୍ଲାରେ ବୈଠକ ଅନୁଷ୍ଠିତ ହେବ । ରେଳ ବିଭାଗ ର ମଂଜୁରୀପ୍ରାପ୍ତ ସମ୍ବଲପୁର ଭାୟା ବୌଦ୍ଧ ଗୋପାଳପୁର ନୂତନ ରେଳପ୍ରକଳ୍ପ ଯୋଜନା କୁ ଶିଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବୀପତ୍ର ଦେବାପାଇଁ ଆଲୋଚନା ହୋଇଥିଲା । ଏହି ଆଲୋଚନା ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର, ରଘୁନାଥ ଷଡଙ୍ଗୀ, ସତ୍ୟନାରାୟଣ ପାଣି, ବରିଷ୍ଠ ନାଗରିକ ପ୍ରଦୋଷ କୁମାର ମିଶ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30